ବି-ଟାଉନର ନୂଆ ହାର୍ଟଥ୍ରୋବ ଟାଇଗର ଶ୍ରଫ ଏବେ ଚର୍ଚ୍ଚାରେ : ଆସନ୍ତୁ ଜାଣିବା ଟାଇଗରଙ୍କୁ ନେଇ ଏମିତି କିଛି ଅଜଣା କଥା

42

ଆଜିକାଲି ଟାଉନରେ ଅଭିନେତା ଟାଇଗର୍ ଶ୍ରଫଙ୍କୁ ନେଇ ଢେର ଚର୍ଚ୍ଚା । ତାଙ୍କ ଫିଲ୍ମ ବାଗି-୨ ସୁପରହିଟ ହେବା ପରେ ଟାଇଗରଙ୍କ ଚାହିଦା ଢେର୍ ବଢି ଯାଇଛି । କାରଣ ଏହି ହ୍ୟାଣ୍ଡସମ ଆକ୍ଟର୍ କେବଳ ଅଭିନୟରେ ନିଜ କମାଲ୍ ଦେଖାଇଛନ୍ତି ତାହା ନୁହେଁ । ଆକ୍ସନ, ଡ୍ୟାନ୍ସ ସବୁଥିରେ ମାହିର ଏହି ଅଭିନେତା । ଯାହାକୁ ନେଇ ବେଶ ଫ୍ୟାନ ଫଲୋଇଂ ବନାଇ ପାରିଛନ୍ତି ଟାଇଗର । ତେବେ ଟାଇଗରଙ୍କୁ ନେଇ ଏମିତି ଅନେକ କଥା ଅଛି ଯାହା ତାଙ୍କ ଫ୍ୟାନମାନେ ଜାଣି ନଥିବେ । ଟାଇଗରଙ୍କ ବିଷୟରେ ଏମିତି କିଛି ଅଜଣା କଥା ଜାଣିବା ।

ଚଳଚ୍ଚିତ୍ର ବାଗି–ଟୁରେ ଜବରଦସ୍ତ ଅଭିନୟ ପରଶି, ଏବେ ବି-ଟାଉନର ନୂଆ ହାର୍ଟଥ୍ରୋବ୍ ହୋଇଛନ୍ତି ଟାଇଗର ଶ୍ରଫ । ତାଙ୍କ ଆକର୍ଷଣୀୟ ଡ୍ୟାନ୍ସ ମୁଭସ ତାଙ୍କ ଷ୍ଟାଇଲିସ ଅନ୍ଦାଜ ଏବଂ ହାଇ-ଫାଇ ଆକ୍ସନ ସ୍କିଲ ଦେଖି ଫ୍ୟାନମାନେ ବି ହୋଇଛନ୍ତି କ୍ରେଜି । ଏହି ଷ୍ଟାଇଲିସ ଆକ୍ଟରଙ୍କ ବିଷୟରେ ଏମିତି ଅନେକ କଥା ଅଛି ଯାହା ତାଙ୍କ ଫ୍ୟାନମାନେ ଜାଣି ନଥିବେ । ଚାଲନ୍ତୁ ଜାଣିବା ଟାଇଗରଙ୍କୁ ନେଇ ଏମିତି କିଛି ଅଜଣା କଥା ।

• ଟାଇଗର ଶ୍ରଫଙ୍କ ପ୍ରକୃତ ନାମ ଜୟ ହେମନ୍ତ ଶ୍ରଫ । ଟାଇଗର୍ ନାମରେ ତାଙ୍କୁ ବାପା ଜ୍ୟାକି ଶ୍ରଫ ଡାକୁଥିଲେ, କାରଣ ସେ ପିଲାବେଳେ ସଭିଙ୍କୁ କାମୁଡୁଥିଲେ । ଆଉ ଏହି ନାମ ହିଁ ତାଙ୍କର ରହିଗଲା ।

• ଆକ୍ଟିଂ କରିବା ପାଇଁ କେବେ ବି ଚାହିଁ ନଥିଲେ ଟାଇଗର୍ । ତାଙ୍କ ରୁଚି ସ୍ପୋର୍ଟସରେ ଥିଲା । ସେ ମାର୍ସଲ ଆର୍ଟରେ ବି ନେଇଛନ୍ତି ପ୍ରଶିକ୍ଷଣ । ଅଭିନୟ ପାଇଁ କୌଣସି ଯୋଜନା କରି ନଥିଲେ ମାତ୍ର ଶେଷରେ ଅଭିନୟକୁ ହିଁ କ୍ୟାରିୟର୍ ବାଛିଛନ୍ତି ଟାଇଗର ।

• ଅଭିନୟରେ ଏଂଟ୍ରି କରିବା ପୂର୍ବରୁ ଶୁଣିବାକୁ ମିଳୁଥିଲା କି ଟାଇଗର ମଡେଲ ଆଂଜେଲା ଜନସନଙ୍କୁ ଡେଟ କରୁଛନ୍ତି । ତେବେ ପରେ ଟାଇଗର କହିଥିଲେ କି ରିୟଲ୍ ଲାଇଫରେ ସେ କେବେ ଆଜେଂଲାଙ୍କୁ ଭେଟି ବି ନାହାଁନ୍ତି । ତାଙ୍କ ମାଁ ଚାହୁଁଥିଲେ ଟାଇଗର୍ଙ୍କ ଡେବ୍ୟୁ ସିନେମାରେ ଆଂଜେଲାଙ୍କୁ ନାୟିକା ଭାବେ ନେବାକୁ ।

• ବିଗ ସ୍କ୍ରିନ ପୂର୍ବରୁ ଟାଇଗର୍ଙ୍କୁ ମିଳିଥିଲା ସ୍ମଲ ସ୍କ୍ରିନ ଅଫର । ଫୌଜି ନାମକ ଏକ ଟିଭି ପ୍ରୋଜେକ୍ଟ ଅଫରକୁ ୨୦୦୯ ମସିହାରେ ଏଡାଇ ଦେଇଥିଲେ ଟାଇଗର ।

• ହ୍ରିତିକ ରୋଶନଙ୍କୁ ଟାଇଗର୍ ନିଜ ପ୍ରଫେଶନାଲ ଗୁରୁ ମାନୁଥିବାବେଳେ, ଆମିର ଖାନ ହେଉଛନ୍ତି ତାଙ୍କ ରିୟଲ ଲାଇଫ ଆଇଡଲ୍ ।
• ନିଜ ବାପାଙ୍କ ହାଇଟକୁ ନେଇ ଟାଇଗର୍ ଟିକେ ଜେଲସ ଫିଲ କରନ୍ତି । ତାଙ୍କ ବାପାଙ୍କ ଭଳି ତାଙ୍କର ହାଇଟ ନଥିବାରୁ ଟାଇଗର ମନ ଦୁଃଖ କରନ୍ତି ।

• ଏହି ହ୍ୟାଣ୍ଡସମ୍ ଅଭିନେତାଙ୍କର ନିଶା କରିବାର ଖରାପ ଅଭ୍ୟାସ ନାହିଁ । ମଦ୍ୟପାନ ଏବଂ ସ୍ମୋକିଂ ଠାରୁ ବହୁ ଦୁରରେ ଟାଇଗର୍ ।

• ଟାଇଗର ହେଉଛନ୍ତି ଆମିର ଖାନଙ୍କ ଫିଜିକ କୋଚ । ଆମିରଙ୍କ ଧୁମ – ଥ୍ରୀ ଲୁକ୍ସ ପାଇଁ ତାଙ୍କୁ ଟ୍ରେନ୍ କରିଥିଲେ ଟାଇଗର୍ ଶ୍ରଫ । ବଡି ବନାଇବା ପାଇଁ ଆମିରଙ୍କୁ ତାଲିମ୍ ଦେଇଥିଲେ ଟାଇଗର୍ ।

• ନିଜ ଡେବ୍ୟୁ ଫିଲ୍ମ ହିରୋପନ୍ଥିରେ ଜବରଦସ୍ତ ମାର୍ସାଲ ଆର୍ଟ ପରିବେଷଣ କରିଥିଲେ ଟାଇଗର୍ । ହେଲେ ଏଥିପାଇଁ ସେ କୌଣସି ବିଦେଶ କୋଚଙ୍କ ଠାରୁ ତାଲିମ୍ ନେଇ ନାହାଁନ୍ତି । ହରିୟାଣାର ଜିଲି ମୱାଇ ନାମକ ଜଣେ ଟ୍ରେନରଙ୍କ ଠାରୁ ମାର୍ସାଲ ଆର୍ଟର ଟ୍ରେନିଂ ନେଇଛନ୍ତି ଟାଇଗର ।

ବାଗି-ଟୁର ସଫଳତା ପରେ ଏହି ଅଭିନେତା ଜଣକ ଏବେ ନିଜ ଆଗାମୀ ଫିଲ୍ମ ଷ୍ଟୁଡେଂଟ ଅଫ ଦି ଇୟରର ସୁଟିଂରେ ଅଛନ୍ତି ବ୍ୟସ୍ତ ।