‘ବାଗୀ-୨’ ସିନେମା ପାଇଁ ହଙ୍ଗକଙ୍ଗରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେବେ ଟାଇଗର ଶ୍ରଫ୍

52

ଅଭିନେତା ଟାଇଗର ଶ୍ରଫ୍ ତାଙ୍କର ଆଗାମୀ ସିନେମା ‘ବାଗୀ-୨’ ସିନେମା ପାଇଁ ହଙ୍ଗକଙ୍ଗ ଯାଇ ବହୁତ ଶୀଘ୍ର ଆକ୍ସନ ନିର୍ଦ୍ଦେଶକ ଟୋନୀ ଚିଙ୍ଗଙ୍କ ଠାରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେବେ । ଟୋନୀ ଚିଂଗ ଚୀନର “ଶାଓଲିନ ସାକର’,“ଦ କିଲର’,“ହୀରୋ’ ଆଦି ସିନେମା ପାଇଁ ବହୁତ ଚର୍ଚ୍ଚିତ ।

ସାଜିଦ ନାଡିୟାଡୱାଲା ପ୍ରଡକ୍ସନର ଆଗାମୀ ସିନେମା ‘ବାଗୀ-୨’ ରେ ଟାଇଗର ଜଣେ ସୈନିକ ଭୂମିକାରେ ନଜର ଆସିବେ । ସାଜିଦ କହିଛନ୍ତି ଟାଇଗର ତାଙ୍କ କାମ ପ୍ରତି ବହୁତ ସମର୍ପିତ ଏବଂ ଭୋରରୁ ଉଠି ସେ ତାଙ୍କ ଫିଟନେସ ପାଇଁ କଠିନ ପରିଶ୍ରମ କରଥାନ୍ତି । ତେଣୁ ସେ ଏଇ ସିନେମାର ଟାଇଗର ତାଙ୍କ ଭୂମିକାକୁ ଖୁବ ଭଲରେ କରିପାରିବେ ବୋଲି ଆଶା ରଖିଛନ୍ତି ସାଜିଦ। ଏଇ ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅହମଦ ଖାନ ।