ପ୍ରଶଂସକଙ୍କ ପାଗଳାମୀରେ ଖପ୍ପା ହେଲେ ଟାଇଗର ଶ୍ରଫ୍ ! ଜାଣନ୍ତୁ କ’ଣ କହିଲେ ?

39

ସବୁବେଳେ ନିଜ ଷ୍ଟଣ୍ଟ ଓ ଆକ୍ସନ ଦୃଶ୍ୟକୁ ନେଇ ଚର୍ଚ୍ଚାରେ ଥାଆନ୍ତି ବଲିଉଡର ୟଙ୍ଗ ସେନସେସନ୍ ଟାଇଗର ଶ୍ରଫ୍ । ଟାଇଗର ଶ୍ରଫ ବଲିଉଡର ଏକ ଜଣାଶୁଣା ନାଁ । ସେ ନୂତନ ପୀଢ଼ିର କଳାକାରଙ୍କ ପାଇଁ ଏକ ଉତ୍ତମ ଉଦାହାରଣ । ସେ ଜଣେ ଲୋକପ୍ରିୟ ତାରକା ହେବା ସତ୍ତ୍ୱେ ସବୁବେଳେ ଜଣେ ସାଧାରଣ ମଣିଷ ପରି ବ୍ୟବହାର କରନ୍ତି । ସେ ତାଙ୍କ ଦାୟିତ୍ୱକୁ ନିଷ୍ଠାର ସହ ତୁଲାଇବାକୁ କେବେ ଅବହେଳା କରନ୍ତି ନାହିଁ । କୌଣସି ତାରକାଙ୍କ ପାଖରେ ଏପରି ଗୁଣ ବହୁତ କମ୍ ଦେଖିବା ପାଇଁ ମିଳେ । ସେ ତାଙ୍କର ପ୍ରସଂଶକମାନଙ୍କ ଦାୟିତ୍ୱକୁ ବି କେବେ ଭୁଲନ୍ତି ନାହିଁ । ଏହି କିଛିଦିନ ପୂର୍ବେ ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ।

ଜଣେ ପ୍ରଶଂସକ ନିଜ ଜୀବନକୁ ବାଜି ଲଗାଇ ଷ୍ଟଂଟ କରୁଥିବା ଦେଖିବାକୁ ପାଇଥିଲେ ଟାଇଗର । ଯାହା ଦେଖି ଟାଇଗର ପ୍ରସଂଶକଙ୍କ ଏପରି କାମକୁ ନାପସନ୍ଦ କରି ଏପରି ନକରିବା ପାଇଁ ପରାମର୍ଶ ଦେଇଥିଲେ । କେବଳ ଏତିକି ନୁହେଁ ପୁନର୍ବାର କେହି ବି ଏପରି ବିପଦପୂର୍ଣ୍ଣ କାମ କାମ ନକରନ୍ତୁ ବୋଲି ଅନୁରୋଧ କରିଥିଲେ ଟାଇଗର । ଟାଇଗର କହିଛନ୍ତି, କୌଣସି ପ୍ରସଂଶକ ନିଜ ଜୀବନକୁ ବାଜି ଲଗାଇ ଏଭଳି କାମ କରିବା ଠିକ ନୁହେଁ ।

ଟାଇଗରଙ୍କ ଏକ ଫ୍ୟାନ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଥିଲା, ଯେଉଁଥିଲେ ଏକ ଯୁବକ ଉଚ୍ଚ ସ୍ଥାନରୁ ତଳକୁ ଆସି ଡରର ସାମ୍ନା କରିବା ପାଇଁ ଚେଷ୍ଟା କରୁଥିଲା । ଭିଡ଼ିଓରେ ପ୍ରଶଂସକ ଜଣକ ଏକ କବାଟ ଉପରୁ ଡେଉଁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯଦ୍ୱାରା ପ୍ରଶଂସକ ଜଣକ ଗୋଡ ମୋଡି ହୋଇଯାଇଥିଲା ଓ ତାଙ୍କୁ ଆଘାତ ଲାଗିଥିଲା । ଟାଇଗର ଶ୍ରଫ୍ ତାଙ୍କର ସେହି ପାଗଳ ପ୍ରଶଂସକଙ୍କୁୁ ପୁଣି ଥରେ ଏଭଳି କାମ କରିବାକୁ ମନାକରିଛନ୍ତି । ସେ କହିଛନ୍ତି ପ୍ରଶଂସକମାନେ ଅବଗତ ହେବା ଉଚିତ୍ ଯେ ତାଙ୍କ ହିରୋମାନେ କେବଳ ଅଭିନୟ କରନ୍ତି । ସେ ବି ଜଣେ ମଣିଷ । ଏପରି ହେବା ପରେ ପ୍ରସଂଶକ ଜଣକ ଟାଇଗରକୁ କ୍ଷମା ମାଗିଥିଲେ । ଭବିଷ୍ୟତରେ ଏଭଳି ନ କରିବ ପାଇଁ ବୋଲି ପ୍ରତିଜ୍ଞା ମଧ୍ୟ କରିଥିଲେ ।