ମନୀଷର ମାଙ୍କଡ ଶିକାର ! ନନ୍ଦନକାନନରେ ଏକାଥରେ ଦୁଇଟି ମାଙ୍କଡ ଶିକାର କଲା ମହାବଳ ବାଘ

46

କନକ ବ୍ୟୁରୋ : ମହାବଳ ମନୀଷର ମାଙ୍କଡ ଶିକାର । ନନ୍ଦନକାନନରେ ମହାବାଘ ବାଘଙ୍କର ମାଙ୍କଡ ଶିକାର ଏବେ ନିତିଦିନିଆ ଘଟଣା ହୋଇଗଲାଣି । ଗତ ଦୁଇମାସ ତଳେ ମହାବଳ ବାଘ ବାହୁବଳୀର ମାଙ୍କଡ ଶିକାର ପରେ ପୁଣି ମହାବଳ ବାଘ ମନୀଷ ମାଙ୍କଡ ଶିକାର କରିଛି । ଏକାଥରକେ ଦୁଇ ଦୁଇଟି ମାଙ୍କଡକୁ ମାରିଦେଇଛି ମନୀଷ । ମନୀଷ ରହୁଥିବା ୩୦ ‘କ’ଖୁଆଡ ଭିତରେ ଦଳେ ମାଙ୍କଡ ଖେଳୁଥିଲେ । ଭୁଲରେ ଏକ ଛୁଆ ମାଙ୍କଡ ମନୀଷର ଖୁଆଡ ମଧ୍ୟକୁ ଚାଲିଆସିଥିଲା । ମନୀଷ ଛୁଆ ମାଙ୍କଡ ଉପରକୁ କୁଦା ମାରି ମାରିଦେଇଥିବା ବେଳେ ତାକୁ ରକ୍ଷା କରିବାକୁ ଆସିଥିବା ଆଉ ଏକ ମାଙ୍କଡକୁ ମାରିଦେଇଛି ।