ପାଣି ନପାଇ ଜୀବନ ହାରିଲା ବାଘ ! ମାଲକାନଗିରି ସୀମା ବସ୍ତର ଜିଲ୍ଲାରେ ଏକ କୋଠରୀରେ ବନ୍ଦ ରହିଲା ୧୨ ଘଂଟା

34

କନକ ବ୍ୟୁରୋ : ପାଣି ନ ପାଇ ଜୀବନ ହାରିଲା କଲରାପତିରିଆ ବାଘ । ମାଲକାନଗିରି ସୀମା ବସ୍ତର ଜିଲ୍ଲା ମୁଦୃମ ଗାଁକୁ ପାଣି ସନ୍ଧାନରେ ଗୋଟିଏ ବାଘ ପଶିଆସିଥିଲା । ବାଘଟି ଜଣକ ଘର ଭିତରେ ପଶିଯାଇଥିଲା । ଗ୍ରାମବାସୀମାନେ କଳେବଳେ ବାଘଟିକୁ ଘର ଭିତରେ ଅଟକାଇ ରଖିଥିଲେ । କିନ୍ତୁ ଦୀର୍ଘ ୧୨ ଘଂଟା କାଳ ଗାଟିଏ ଘର ଭିତରେ ବନ୍ଦ ରହି ପାଣିନପାଇ ବାଘଟିର ମୃତ୍ୟୁ ହୋଇଛି । ଗ୍ରାମବାସୀ ଏନେଇ ବନବିଭାଗକୁ ଖବର ଦେବା ପରେ ବନବିଭାଗ କର୍ମଚାରୀମାନେ ଆସି ମୃତ ବାଘଟିକୁ ଉଦ୍ଧାର କରିଥିଲେ ।