ଦେବ୍ରିଗଡ ଅଭୟାରଣ୍ୟରୁ ମିଳିଲା ବାଘର ଗଳିତ ମୃତଦେହ। ବାରହା ପାଇଁ ବିଛାଇଥିବା ଫାଶରେ ମହାବଳ ପଡିବା ପରେ ହତ୍ୟା କରିଥିବା ସୂଚନା

61

କନକ ବ୍ୟୁରୋ: ଦେବ୍ରିଗଡ ଅଭୟାରଣ୍ୟରୁ ମିଳିଲା ମହାବଳ ବାଘର ଗଳିତ ମୃତଦେହ । କିଛି ଦିନ ତଳେ ବନବିଭାଗର ଟ୍ରାପ କ୍ୟାମେରା ଏକ ମହାବଳ ବାଘକୁ ଠାବ କରିଥିଲା । ଟ୍ରାପ କ୍ୟାମେରା ଠାବ କରିଥିବା ବାଘକୁ ଶିକାର କରାଯାଇଥିବା ସନ୍ଦେହ କରାଯାଉଛି । କାହିଁକି ନା ଦେବ୍ରିଗଡ ଅଭୟାରଣ୍ୟରେ ମିଳିଥିବା ମହାବଳର ଗଳିତ ମୃତଦେହରୁ ଦାନ୍ତ ଓ ନଖ ଗାଏବ ରହିିଛି । ଏଥିସହ ବାଘର ମୁଣ୍ଡକୁ କାଟି ଗଣ୍ଡିରୁ ଅଲଗା କରାଯାଇଥିବା ଜଣା ପଡିଛି । ତେଣୁ ନଖ ଓ ଦାନ୍ତ ପାଇଁ ମହାବଳ ବାଘକୁ ଶିକାର କରାଯାଇଥିବା ସନ୍ଦେହ କରାଯାଉଛି ।

ଅନ୍ୟପଟେ ସୂଚନା ମିଳିଛି ବାରହା ଶିକାର ପାଇଁ ବିଛାଯାଇଥିବା ଜାଲରେ ପଡିବା ପରେ ମହାବଳକୁ ହତ୍ୟା କରିଥିଲେ ଶିକାରୀ । ଏହାପରେ ବାଘର ନଖ ଦାନ୍ତ କାଟି ନେଇ ଜଙ୍ଗଲ ଭିତରେ ଗାତ ଖୋଲି ବାଘ ଉପରେ ମାଟି ତାଉପରେ ପଥର ଦେଇ ପୋତି ଦେଇଥିଲେ । ମହାବଳକୁ ଏକ ସପ୍ତାହ ପୂର୍ବରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଖବର ପାଇ ଘଟଣାସ୍ଥଳକୁ ଭୁବନେଶ୍ୱରରୁ ଏକ ୱାଇଲଡ ଲାଇଫ ଟିମ ମଧ୍ୟ ଯାଇଥିଲା । ଗଳିତ ମୃତଦେହକୁ ଦେଖିବା ପରେ ଏହା ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛି ୱାଇଲଡ ଲାଇଫ ଟିମ ।