ନନ୍ଦନକାନନରେ ଦମ ଦେଖାଇଲେ ବାହୁବଳୀ ଓ କୁନ୍ଦନ ! ସାଢେ ୩ ଫୁଟର ଚନ୍ଦନ ବୋଡା ସହ ସଂର୍ଘଷ ପରେ ପତିଆରା ଦେଖାଇଲା ପରାକ୍ରମୀ ବାହୁବଳୀ

133

କନକ ବ୍ୟୁରୋ : ଜଙ୍ଗଲରେ ମହାବଳ ବାଘ ପତିଆରା ଜାହିର ପାଇଁ ସେ ସବୁ କିଛି କରିପାରେ । ଏହାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି ନନ୍ଦନକାନରରେ ଥିବା ଦୁଇ ମହାବଳ ବାଘ ବାହୁବଳୀ ଓ କୁନ୍ଦନ । ନନ୍ଦନକାନନକ ୩୧ ନମ୍ବର ଖ ଖୁଆଡ ମଧ୍ୟକୁ ପଶିଆସିଥିବା ଏକ ସାଢେ ୩ ଫୁଟ ଲମ୍ବର ବିଷଧର ଚନ୍ଦନ ବୋଡା ସାପ ସହ ଲଢେଇ କରି ତାକୁ ଜୀବନରେ ମାରିଦେଇଛନ୍ତି ।

ଗତକାଲି ଅପରାହ୍ନରେ ଘଟିଛି ଏହି ଘଟଣା । ଠିକ୍ ୪ଟାବେଳେ ପର୍ଯ୍ୟଟକମାନେ ୩୧ନମ୍ବର ଖ ଖୁଆଡ ସମୁଖରେ ଛିଡା ହୋଇଥିଲେ । ବାହୁବଳୀ ଓ କୁନ୍ଦନ ଖୁଆଡ ମଧ୍ୟରେ ଥିବା ବାଉଁଶ ଗଛ ମୂଳରେ ବିଶ୍ରାମ କରୁଥିଲେ । ଏହି ସମୟରେ ଖୁଆଡ ଭିତରକୁ ପଶିଆସିଥିଲା ଗୋଟିଏ ଚନ୍ଦନ ବୋଡା ସାପ । ପ୍ରଥମେ ସାପ ଉପରେ ନଜର ପଡିଥିଲା କୁନ୍ଦନର । ହେଲେ ସାପ ଗର୍ଜନ କରିବାରୁ ପଛକୁ ଫେରିଆସିଥିଲା । ଏସବୁ ଦେଖି ବୋଡା ନିକଟକୁ ଯାଇଥିଲା ପରାକମ୍ରୀ ବାହୁବଳୀ । ଆଉ ଦେଖାଇଥିଲା ନିଜର ଦମ । କିଛି ସମୟର ସଂଘର୍ଷ ପରେ ଚନ୍ଦନ ବୋଡାକୁ ମାତ ଦେବାରେ ସକ୍ଷମ ହୋଇଥିଲେ ଦୁଇ ମହାବଳ । ଆଉ ତାପରେ କୌଶଳ କ୍ରମେ ଦୁଇ ଭାଇ ମିଶି ବୋଡାକୁ ମାରିଥିଲେ ।