ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍ ପାଇଁ ଗତକାଲିଠାରୁ ଚାଲିଛି ଟିକେଟ ବିକ୍ରି !

22

କନକ ବ୍ୟୁରୋ : ୪ ଦିନ ପରେ ହେବ ବାରବାଟୀରେ ହେବ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍ । ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍ ପାଇଁ ଗତକାଲିଠାରୁ ଟିକେଟ ବିକ୍ରି ଚାଲିଛି । ଓସିଏ ଅନୁବନ୍ଧିତ ସଂସ୍ଥା , ବିସିସିଆଇ ପ୍ରାୟୋଜକଙ୍କ ପାଇଁ ୧୦ହଜାର ୩ଶହ ୬୨ ଟି ଟିକେଟ ବିକ୍ରି କରାଯାଉଛି । ଓସିଏ କନଫରେନ୍ସ ହଲରେ ସକାଳ ୧୦ଟାରୁ ୬ଟା ପର୍ଯ୍ୟନ୍ତ ଘରୋଇ ବ୍ୟାଙ୍କ ଜରିଆରେ ଟିକେଟ ବିକ୍ରି କରାଯାଉଛି । ୧୬ ଏବଂ ୧୭ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ କାଉଂଟରରେ ଟିକେଟ ବିକ୍ରି କରାଯିବ । ପୁର୍ବରୁ ଅନ୍ଲାଇନରେ ୧୦ ହଜାର ଟିକେଟ ବିକ୍ରି ହୋଇସାରିଛି । ତେବେ କେମିତି ଚାଲିଛି ଟିକେଟ ବିକ୍ରି ସେ ନେଇ ଅଧିକ ସୂଚନା ଦେଇଛନ୍ତି ଆମ ପ୍ରତିନିଧି ଦୀପେଶ ମହାପାତ୍ର ।