ସଭ୍ୟ ସମାଜରେ ଅସଭ୍ୟ କାହାଣୀ : ସାମ୍ନାକୁ ଆସିଲା ତିଅର ସଂପ୍ରଦାୟର ରାଜାଙ୍କ ନିର୍ଯାତନାର ଆଉ ଏକ ଫର୍ଦ୍ଦ

27

କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ନିଜକୁ ତିଅର ସଂପ୍ରଦାୟର ମାମଲତକାର ବୋଲାଉଥିବା ରାଜାଙ୍କ ନିର୍ଯାତନାର ଆଉଏକ କାହାଣୀ । ଭିନ୍ନ ଜାତିରେ ଝିଅ ବାହାଘର କରିଥିବାରୁ ଜରିମାନା ଗଣିବାରୁ ପଡିଛି ରଘୁନାଥପୁରର ପ୍ରେମଲତାଙ୍କୁ । ଏବେ ଅନ୍ୟ ଝିଅମାନଙ୍କ ବାହାଘର କେମିତି କରିବେ ସେହି ଚିନ୍ତାରେ । କାରଣ ଭିନ୍ନ ଜାତିରେ ବାହାକଲେ ସମାଜରୁ ବାସନ୍ଦ ହେବା ନେଇ ରହିଛି ରାଜାଙ୍କ ଫତୁଆ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କନକ ଷ୍ଟୁଡିଓରେ ବସି ନିଜକୁ ରାଜା ବୋଲି ଅସ୍ୱୀକାର କରିଥିଲେ ତିଅର ସଂପ୍ରଦାୟର ସଭାପତି କୂଳମଣି ସାହୁ । କିନ୍ତୁ ତିଅର ସଂପ୍ରଦାୟରେ ଅଛନ୍ତି ରାଜା, ଅଛନ୍ତି ବି ମନ୍ତ୍ରୀ । ଆଉ ସଭା କରି ଦିଆଯାଉଛି ଜରିମାନା, ନହେଲେ ସମାଜରୁ ବାସନ୍ଦ ଦଣ୍ଡ । ଦେଖନ୍ତୁ ଆଉ ଜଣେ ନିର୍ଯାତିତଙ୍କ କାହାଣୀ –