ରାଜ୍ୟରେ ବଦଳିଲା ପାଗ: ଅସ୍ତରଙ୍ଗ ଅଂଚଳରେ ଝଡତୋଫାନ ବର୍ଷା; ଗତ ୨୪ ଘଂଟାରେ ସର୍ବାଧିକ ଫୁଲବାଣୀରେ ୧୨୪.୪ ମିଲିମିଟର ବର୍ଷା ରେକର୍ଡ

589

କନକ ବ୍ୟୁରୋ: ସମୁଦ୍ର ପତନରୁ ଠାରୁ ଦେଢ କିଲୋମିଟର ଉଚ୍ଚରେ ବାୟୁମଣ୍ଡଳରେ ଏକ ଟ୍ରଫଲାଇନ୍ ସୃଷ୍ଟି ହୋଇଛି । ଏହା ଉତର ବିହାର ଠାରୁ ଦକ୍ଷିଣପୂର୍ବ ମଧ୍ୟପ୍ରଦେଶ , ଝାଡଖଣ୍ଡ ଓ ଉତର ଛତିଶଗଡ ଯାଏଁ ଲଂବିଛି । ଏହା ବାଦ୍ ସମୁଦ୍ର ପତନରୁ ପ୍ରାୟ ୯ ଶହ ମିଟର ଉଚତାରେ ତେଲେଙ୍ଗାନାରୁ କୋମେରୀନ ଅଂଚଳ ଯାଏଁ ଆଉ ଏକ ଟ୍ରଫ ଲାଇନ ରହିଛି । ଏହାର ପାଶ୍ୱର୍ବର୍ତୀ ଅଂଚଳରେ ମଧ୍ୟ ଗୋଟିଏ ଘୂର୍ଣ୍ଣିବଳୟ ରହୁଛି । ଏହାର ପ୍ରଭାବରୁ ବିଶେଷ ଭାବେ ଉତର ଓଡିଶାର ଜିଲ୍ଲା ଗୁଡିକର ପ୍ରାୟ ସ୍ଥାନରେ ଏବଂ ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକରେ ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ ।

ଏହି ବର୍ଷା ଲାଗିରହିବା ନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଂଟାରେ ରାଜ୍ୟରେ ବର୍ଷା ନେଇ ଆସିଛି ରିପୋର୍ଟ । ସର୍ବାଧିକ ୧୨୪.୪ ମିଲିମିଟର ବର୍ଷା କନ୍ଧମାଳରେ ହୋଇଥିବା ରେକର୍ଡ କରାଯାଇଛି । ଏହା ପଛକୁ ସୋନପୁରରେ ୯୧.୮, ବାଲେଶ୍ୱରରେ ୭୨.୨ ମିଲିମିଟର ବର୍ଷା ହୋଇଛି । ରାଜ୍ୟରେ ଝଡତୋଫାନ ବର୍ଷାରେ ଅନେକ ସ୍ଥାନରେ ଗଛ ଉପୁଡି ଥିବା ବେଳେ କିଛି ସ୍ଥାନରେ ବିଜୁଳି ଯୋଗାଣ ବାଧାପ୍ରାପ୍ତ ହୋଇଛି ।