ଝଡ଼ବର୍ଷା ଓ ବ୍ରଜପାତ ନେଇ ରାଜ୍ୟର ୫ଟି ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ : ରାୟଗଡା, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାକୁ ପରାମର୍ଶ

36

କନକ ବ୍ୟୁରୋ : ଝଡ଼ବର୍ଷା ଓ ବ୍ରଜପାତ ନେଇ ରାଜ୍ୟର ୫ଟି ଜିଲ୍ଲାକୁ ସତର୍କ କରାଇଛି ଆଂଚଳିକ ପାଣି ପାଗ ବିଜ୍ଞାନ କେନ୍ଦ୍ର । ରାୟଗଡା, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଝଡ଼ବର୍ଷା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ଆଶଙ୍କା କରିଛି । ଆସନ୍ତା ୨୩ରୁ ୨୫ ତାରିଖ ମଧ୍ୟରେ ଓଡିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବ । ପୂର୍ବ ଭାରତରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ବି ସ୍ଥିର ରହିଛି । ତାହାର ପ୍ରଭାବରେ ୨୪ ତାରିଖ ବେଳକୁ ମୌସୁମୀ ପୁଣିଥରେ ସକ୍ରିୟ ହେବ । ୨୫ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୨୬ରୁ ୨୮ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

image courtesy – scroll.in

ସେପଟେ ଗତକାଲି ପ୍ରବଳ ଗରମ ଓ ଗୁଳୁଗୁଳି ପରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ତେବେ ବର୍ଷା ପରେ ମଧ୍ୟ ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ଣ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି । ଆସନ୍ତା ୨୪ଘଂଟା ମଧ୍ୟରେ ଏହା ଧିରେଧିରେ କମିବ । ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ କେନ୍ଦ୍ର ।