ଆଜି ସଂନ୍ଧ୍ୟାରେ ଝଡ଼ବତାସ ସମ୍ଭାବନା ! ୫୦ରୁ ୬୦ କିମି ବେଗରେ ପବନ ବହିବା ଆଶଙ୍କା

36

କନକ ବ୍ୟୁରୋ : ଆଜି ସଂନ୍ଧ୍ୟାରେ ଝଡ଼ବତାସ ସମ୍ଭାବନା । ରାଜ୍ୟର ୧୫ଟି ଜିଲ୍ଲାରେ ଝଡ଼ବତାସ ସମ୍ଭାବନା । କନ୍ଧମାଳ, କଳାହାଣ୍ଡି , ରାୟଗଡ଼ା, କରୋପୁଟ, ମାଲକାନଗିରି, ଅନୁଗୋଳ, ଢ଼େଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର , ବରଗଡ଼, ଗଜାମ, ଗଜପତି, ନୟାଗନ, ଖୋର୍ଦ୍ଧା ଓ ବୌଦ ଆଜି ଜିଲ୍ଲାରେ ଝଡ଼଼ବତାସର ସମ୍ଭାବନା ରହିଛି । ଆଉ ଏହି ସମୟରେ ୫୦ ରୁ ୬୦ କିମି ବେଗରେ ପବନ ବହିବା ଆଶଙ୍କା କରାଯାଉଛି । ଏଥିପାଇଁ ସତର୍କ ସୂଚନା ଜାରି କଲା ଆଂଚଳିକ ପାଣିପାଗ ବିଭାଗ । ରାତି ୮ଟା ୧୫ ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।

କାଲିଠାରୁ ପାଗରେ ପରିବର୍ତ୍ତନ ଆସିବ । ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ କାଳବୈଶାଖୀ ସାଙ୍ଗକୁ ବର୍ଷାର ଆଶଙ୍କା ରହିଛି । ଖୋର୍ଧା, ନୟାଗଡ଼, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଯାଜପୁରର ଗୋଟିଏ ଦୁଇଟି ସ୍ଥାନରେ ୫୦ରୁ ୬୦ କି.ମି. ବେଗରେ ପବନ ହେବ । ୩ ବେଳକୁ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ଏଥି ସହ ଏପ୍ରିଲ ୬ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ନ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।