ଠଗ୍ସ ଅଫ୍ ହିନ୍ଦୋସ୍ତାନ ନାଁରେ ଦର୍ଶକଙ୍କୁ ଠକିଲା ସିନେମା ହଲ୍, ଫିଲ୍ମ ବଦଳରେ ଚାଲିଲା ଏହି ସୋ’ । ତୀବ୍ର ବିରୋଧ  କଲେ ଦର୍ଶକ 

ଫିଲ୍ମ ଦେଖିବା ନାଁରେ ଠକାମିର ଶିକାର ହେଲେ ଦର୍ଶକ 

336

ରାଜସ୍ଥାନର ରାଜଧାନୀ ଜୟପୁରର ରାଜମନ୍ଦିର ସିନେମା ହଲରେ ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ’ ଦେଖିବାକୁ ଆସିଥିବା ଦର୍ଶକଙ୍କ ସହିତ ଠକାମି ହୋଇଛି । ସିନେମା ହଲରେ ଠଗ୍ସ ଅଫ୍ ହିନ୍ଦୋସ୍ତାନ ଫିଲ୍ମ ୧୧ଟା ୪୫ରେ ସୋ’ ଥିଲା । ଯାହାକୁ ଦର୍ଶକ ଅନଲାଇନ୍ ବୁକିଂ କରିଥିଲେ । କିନ୍ତୁ ଫିଲ୍ମ ଦେଖିବାକୁ ଦର୍ଶକ ଯେତେବେଳେ ସିନେମା ହଲରେ ପହଂଚିଲେ । ତେବେ ସେଇଠି ଠକାମିର ଶିକାର ହେଲେ ।

ଏମିତି ହେଲା କି ଫିଲ୍ମର ସୋ’ ବଦଳରେ ସେଇଠି କଂଗ୍ରେସର ସୋ’ ଚାଲୁଥିଲା । ଯାହାର ଦର୍ଶକମାନେ ବିରୋଧ କଲେ ।  କିନ୍ତୁ ସିନେମା ହଲ ପ୍ରବନ୍ଧକ ତାଙ୍କୁ ୨୪ ଘଣ୍ଟାରେ ଟଙ୍କା ଫେରାଇବାକୁ ଆଶ୍ୱାସନା ଦେଲା । ଯଦ୍ୱାରା ଦର୍ଶକ ହଲରୁ ଫେରିଗଲେ । କିନ୍ତୁ ଅସଲି ଠକାମିର ଶିକାର ସେମାନେ ହେଲେ, ଯେଉଁମାନେ ଦୂରଦୂରାନ୍ତରୁ ଫିଲ୍ମ ଦେଖିବା ପାଇଁ ଆସିଥିଲେ । ଏବଂ ତାଙ୍କୁ ଫିଲ୍ମ ନଦେଖି କି ଯିବାକୁ ପଡିଲା । ସିନେମା ହଲ ପ୍ରବନ୍ଧକ ରାଜନୈତିକ ଚାପ କାରଣରୁ ଏମିତି କରିଥିବାର ଜଣାପଡିଛି । ଏଥିପାଇଁ ଫିଲ୍ମର ସୋ କ୍ୟାନସଲ କରି କଂଗ୍ରେସ ପାଇଁ ସିନେମା ହଲ ବୁକ୍ କରିବାକୁ ପଡିଲା ।