ରିଲିଜ୍ ହେଲା ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ’ର ପ୍ରଥମ ଟ୍ରେଲର୍ : ଦେଖିବାକୁ ମିଳିଲା ଅମିତାଭ୍ ବଚ୍ଚନ, ଆମିର୍ ଖାନଙ୍କ ଦମଦାର୍ ଲୁକ୍ସ

37

ବହୁ ପ୍ରତିକ୍ଷାର ଅନ୍ତଃ ହୋଇଛି । ଶେଷରେ ଆସି ଯାଇଛି ଆମିର୍ ଖାନ୍, ଅମିତାଭ ବଚ୍ଚନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ’ର ପ୍ରଥମ ଟ୍ରେଲର୍ । ୧୭ଶହ ମସିହାର ପୃଷ୍ଠଭୂମି ଉପରେ ଆଧାରିତ ହୋଇଛି ଚଳଚ୍ଚିତ୍ରର କାହାଣୀ । ଆଉ ଫିଲ୍ମରେ ସ୍ଥାନ ପାଇଛି ଭରପୁର ଆକ୍ସନ ଓ ଦମଦାର୍ ଡାଏଲଗ୍ ।

ମୁକ୍ତିଲାଭ କଲା ଆଗାମୀ ବଲିଉଡ୍ ଏପିକ୍ ଆଡଭେଂଚର୍ ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ’ର ପ୍ରଥମ ଟ୍ରେଲର୍ । ଫିଲ୍ମଟି ପ୍ରଖ୍ୟାତ ନଭେଲ୍ ‘କନଫେସନ୍ ଅଫ୍ ଠଗ’କୁ ନେଇ ଗତିଶୀଳ ହୋଇଛି । ୧୭୯୫ରେ ହିନ୍ଦୁସ୍ତାନର ପୃଷ୍ଠଭୂମି ଉପରେ ଗତିଶୀଳ ହୋଇଛି ଚଳଚ୍ଚିତ୍ରର କାହାଣୀ । ଯେତେବେଳେ ବ୍ୟବସାୟ କରିବା ପାଇଁ ଆସିଥିବା ଇଷ୍ଟ ଇଣ୍ଡିଆ କମ୍ପାନୀ, ହିନ୍ଦୁସ୍ତାନରେ ଗୁଲାମୀ କରିବା ଆରମ୍ଭ କରେ, ଆଜାଦ୍ ନାମକ ଜଣେ ବ୍ୟକ୍ତି ଇଂରାଜୀ ଶାସନର ଗୁଲାମୀ ବିରୋଧରେ ଲଢେଇ ଆରମ୍ଭ କରେ । ଯିଏ ଠଗ୍ସ ଅଫ୍ ହିନ୍ଦୋସ୍ତାନର ଏକ ଦଳ ବନାଏ । ଇଂରେଜ ମାନଙ୍କ ନାକରେ ଦମ୍ କରିଥିବା ଆଜାଦକୁ ଧରିବା ପାଇଁ ଆଗକୁ ଆସେ ଫିରଙ୍ଗି ମୁଲାହ । ଏମିତି ଏକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ’ । ଯେଉଁଥିରେ ଆଜାଦ୍ ଭୂମିକାରେ ମେଗା ଷ୍ଟାର୍ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ ।

ଫିଲ୍ମରେ ଜଣେ ଯୋଦ୍ଧା ଭୂମିକାରେ ନଜର ଆସିବେ ଫାତିମା ସନା ସୈଖ୍ । ଫିରଙ୍ଗି ମୁଲ୍ଲାହ ଚରିତ୍ରରେ ଆମିର୍ ଖାନଙ୍କୁ ଦେଖିବାକୁ ମିଳିବ । ଆଉ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ନଜର ଆସିବେ ଜଣେ ନର୍ତ୍ତକୀ ସୁରୈୟା ଭୂମିକାରେ । ଫିଲ୍ମର ପ୍ରଥମ ଟ୍ରେଲରରେ ଦେଖିବାକୁ ମିଳିଛି ଭରପୁର ଆକ୍ସନ ଓ ଜବରଦସ୍ତ ଭିଏଫଏକ୍ସ କାମ । ୨୧୦ କୋଟି ବଜେଟରେ ପ୍ରସ୍ତୁତ ହୋଇଛି ଏହି ସିନେମା । ବଳିଷ୍ଠ କାହାଣୀ, ବଡ ଷ୍ଟାରକାଷ୍ଟ ଆଉ ବଡ ବ୍ୟାନରରେ ପ୍ରସ୍ତୁତ ହୋଇଥିବାରୁ ଏହି ସିନେମାକୁ ନେଇ ଦର୍ଶକଙ୍କ ଉତ୍ସୁକତା ଢେର୍ ବଢି ଯାଇଛି । ୟଶରାଜ୍ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିଜୟ କ୍ରିଷ୍ଣା ଆଚାର୍ଯ୍ୟ । ସିନେମାଟି ହିନ୍ଦୀ, ତାମିଲ୍, ତେଲୁଗୁ ଆଦ ତିନୋଟି ଭାଷାରେ ମୁକ୍ତିଲାଭ କରିବ । ୮ ନଭେମ୍ବରରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ’ ।