କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କୁ ଜେଲ ଦଣ୍ଡ ! ୨୫ ଲକ୍ଷ ଟଙ୍କାର ଜରିମାନା

40

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡର ପୂର୍ବ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ୩ବର୍ଷର ଜେଲ ଦଣ୍ଡସହ ୨୫ଲକ୍ଷ ଟଙ୍କା ଜୋରିମାନ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଗତ ଗୁରୁବାର କୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ମଧୁ କୋଡାଙ୍କ ଛଡା ଅନ୍ୟ ୪ଜଣଙ୍କୁ ମଧ୍ୟ କୋର୍ଟ ଦଣ୍ଡାଦେଶ ଶୁଣ।ଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୨ଜଣଙ୍କୁ ଅନ୍ତରୀଣ ଜାମିନ ମିଳିଥିବା ସୂଚନା ରହିଛି ।