ମେଡିସିନରେ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର ! ଜେଫ୍ରି ହଲ,ମାଇକେଲ ରୋସବସ୍,ମାଇକେଲ ୟଙ୍ଗ ହେବେ ସମ୍ମାନିତ
କନକ ବ୍ୟୁରୋ : ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାରର ମାନ୍ୟତା ଲାଭ କରିଥିବା ନେବେଲ୍ ପ୍ରାଇଜ୍ ଘୋଷଣା ହୋଇଛି।୨୦୧୭ ମସିହା ପାଇଁ ମେଡ଼ିସିନ୍ କ୍ଷେତ୍ର ଲାଗି ୩ ଜଣ ଆମେରିକୀୟ ଜନ୍ମିତ ବୈଜ୍ଞାନିକଙ୍କୁ ନୋବେଲ୍ ଲାଗି ମନୋନୀତ କରାଯାଇଛି । ମାନବ ଶରୀରରେ ଥିବା ବାୟୋଲୋଜିକାଲ୍ କ୍ଲକ୍କୁ ନିୟନ୍ତ୍ରଣ କରୁଥିବା ମଲିକୁଲାର ମେକାନିଜିମ୍ (ଅଣୁ ପ୍ରକ୍ରିୟା)କୁ ଆବିଷ୍କାର କରିଥିବା ହେତୁ ଏହି ତିନି ବୈଜ୍ଞାନିକଙ୍କୁ ଚଳିତ ବର୍ଷ ନୋବେଲ୍ ପୁରସ୍କାର ଲାଗି ମନୋନୀତ କରାଯାଇଛି। ଏହି ତିନି ବୈଜ୍ଞାନିକ ହେଲେ ଜେଫ୍ରି ହଲ୍,ମାଇକେଲ୍ ରୋସ୍ବାସ୍ ଓ ମାଇକେଲ୍ ୟଙ୍ଗ୍।
Kanak News is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ କି ଏହି ତିନି ବୈଜ୍ଞାନିକ ମନୁଷ୍ୟ,ପଶୁପକ୍ଷୀ ଓ ଉଦ୍ଭିଦ କିଭଳି ପୃଥିବୀର ପରିକ୍ରମଣର ଗତିବେଗ ପ୍ରକ୍ରିୟା ସହ ଖାପଖୁଆଇ ନିଜ ଶରୀରର ବେଗକୁ ସ୍ଥିରୀକୃତ କରିଥାଆନ୍ତି ତାହା ଆବିଷ୍କାର କରିଛନ୍ତି। ଏଯାବତ୍ ଏହି ତଥ୍ୟ ତାତ୍ତ୍ୱିକ ଭାବେ ଜ୍ଞାତ ଥିଲେ ହେଁ ଆବିଷ୍କୃତ ହୋଇ ନ ଥିଲା।
ପ୍ରତିବର୍ଷ ମେଡ଼ିସିନ୍ କ୍ଷେତ୍ରରୁ ହିଁ ନୋବେଲ୍ ପୁରସ୍କାର ଘୋଷଣା ଆରମ୍ଭ ହୋଇଥାଏ। ଏହାପରେ କ୍ରମାନ୍ଵୟରେ ବିଜ୍ଞାନ ,ସାହିତ୍ୟ ଏବଂ ଶାନ୍ତି ଲାଗି ନୋବେଲ୍ ବିଜେତାଙ୍କ ନାମ ଘୋଷଣା କରାଯାଇଥାଏ। ସ୍ୱିଡ଼େନ୍ର ବିଶିଷ୍ଟ ବ୍ୟବସାୟୀ ତଥା ଡ଼ିନାମାଇଟ୍ର ଉଦ୍ଭାବକ ଆଲ୍ଫ୍ରେଡ଼୍ ନୋବେଲ୍ ୧୯୦୧ ମସିହାରେ ଏହି ପୁରସ୍କାର ଆରମ୍ଭ କରିଥିଲେ।