ଭାଙ୍ଗିଲା ଝୁଲନ୍ତା ଦୋଳି ! ଆଡଭେନ୍ଚର ପାର୍କରେ ଝୁଲନ୍ତା ଦୋଳି ଭାଙ୍ଗି ୩ ମୃତ ,୨୬ ଆହତ ।

378

ଗୁଜୁରାଟର ଅହମ୍ମଦାବାଦରେ ରବିବାର ଏକ ବଡ ଦୂର୍ଘଟଣା ଘଟିଯାଇଛି । ଏଠାକାର ଆଡଭେନ୍ଚର ପାର୍କରେ ଏକ ଦୋଳି ଭାଙ୍ଗି ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ରାଇଡସର ଅଚାନକ ଭାଙ୍ଗିବା ଯୋଗୁଁ ଅନେକ ଲୋକ ଗୁରୁତର ଆହାତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଏହି ଦୂର୍ଘଟଣା ଅହମ୍ମଦାବାଦର କାଙ୍କରିୟା ଆଡଭେନ୍ଚର ପାର୍କରେ ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଜୟ ରାଇଡସ୍ ନାମକ ଏକ ଝୁଲା ଚାଲୁଥିବା ସମୟରେ ଅଚାନକ ଭାଙ୍ଗିଯାଇଥିଲା । ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି ।

ନଗର ନିଗମ କମିଶନର ବିଜୟ ନେହରା ଦୋଳି ଭାଙ୍ଗିବାକୁ ନେଇ ଜାଞ୍ଚ୍ କରିବା ପାଇଁ ଆଦେଶ ଦେଇଛନ୍ତି । ଘଟଣାର ସୂଚନା ମିଳିବା ପରେ ଦମକଳ ବାହିନୀ ଉକ୍ତ ସ୍ଥାନରେ ପହଞ୍ôଚ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଆହତଙ୍କୁ ଡାକ୍ତରଖାନା ପହଂଚାଇଥିଲେ । ଦୂର୍ଘଟଣା ସମୟରେ ରାଇଡସରେ ୩୧ ଜଣ ଲୋକ ଉପସ୍ଥିତ ଥିଲେ । ଯେଉଁଥିରେ ୧୫ ଜଣଙ୍କ ଅବସ୍ଥା ଶୋଚନୀୟ ଅଛି ।