କାହିଁକି ମହିଳାମାନେ ବନ୍ଧ୍ୟାଦୋଷର ଶିକାର ହୁଅନ୍ତି ? ଏହି ୩ ଟି ଗମ୍ଭୀର ସମସ୍ୟା ଆଉ କାରଣ ନୁହେଁ ତ ?

1,314

ମହିଳାଙ୍କ ମଧ୍ୟରେ ବଢୁଥିବା ନିଃସନ୍ତାନତା କୌଣସି ବୋଝରୁ କମ୍ ନୁହେଁ । ତେବେ ଏହି ସମସ୍ୟା ପୁରୁଷଙ୍କ ମଧ୍ୟରେ ଦେଖାଗଲେ ମଧ୍ୟ ଏହାର ପରିଣାମ ଜଣେ ମା’କୁ ହିଁ ସାରା ଜୀବନ ଭୋଗିବାକୁ ପଡିଥାଏ । ପରିବାର ଏବଂ ସମାଜଠୁ ବିଭିନ୍ନ ଟାହିଟାପରା ଶୁଣିବାକୁ ପଡିଥାଏ । ମହିଳାଙ୍କ ମଧ୍ୟରେ ଇନଫର୍ଟିଲିଟି ତଥା ନିଃସନ୍ତାନତା ଏଭଳି ଏକ ସମସ୍ୟା ହୋଇଥାଏ ଯେଉଁଥିରେ ଶାରୀରିକ କଷ୍ଟ ସାଙ୍ଗକୁ ମାନସିକ କଷ୍ଟ ମଧ୍ୟ ଥାଏ । ତେବେ ଏଭଳି ସମସ୍ୟା କେଉଁ କାରଣ ବଶତଃ ହୋଇଥାଏ ଆସନ୍ତୁ ଜାଣିବା ।

୧. ଫେଲୋପିୟନ୍ ଟ୍ୟୁବ୍ ତଥା ଗର୍ଭନଳୀ ବନ୍ଦ ହେବା ।

୨. ୟୁଟରସ୍ ସମ୍ବନ୍ଧୀୟ ସମସ୍ୟା ଯେଭଳି-ଛୋଟ ଗର୍ଭାଶୟ ,ଗଣ୍ଠି ପଡିଯିବା ଏବଂ କ୍ୟାନ୍ସର ତଥା ଟି.ଭି ସମସ୍ୟା ଦେଖାଯିବା ।

୩. ଅଣ୍ଡାକୋଷ ନ ହେବା ।

୪. ପିସିଓଡି(ପଲିସିଷ୍ଟିକ ଓଭାରୀ ଡିଜିଜ୍)

୫. ବ୍ଲୁକୋରିଆ,ଡାଇବେଟିସ୍,ଅନିମିଆ,ମୋଟାପା ଆଦି ।

ମହିଳାଙ୍କ ମଧ୍ୟରେ ବନ୍ଧ୍ୟାପଣର ରୋଗ ଦେଖାଯିବାକୁ ମୁଖ୍ୟ ରୁପରେ ୩ ଟି ବର୍ଗରେ ବିଭକ୍ତ କରାଯାଇଛି । ପ୍ରଥମଟି ହେଉଛି ପେଲୋପିୟନ୍ ଟ୍ୟୁବସ୍ ଅର୍ଥାତ୍ ଗର୍ଭନଳୀ,ଦ୍ୱିତୀୟଟି ହେଉଛି ଗର୍ଭାଶୟ ସହ ଜଡିତ ଥିବା ସମସ୍ୟା ଏଣ୍ଡୋମେଟ୍ରିୟମ୍ ଏବଂ ତୃତୀୟଟି ହେଉଛି ଅଣ୍ଡାଶୟ ସହ ଜଡିତ ଥିବା ସମସ୍ୟା ପଲିସିଷ୍ଟିକ୍ ଓଭାରୀ ଡିଜିଜ୍ ବା ପଲିସିଷ୍ଟିକ୍ ଓଭାରୀ ସିଣ୍ଡ୍ରୋମ୍ । ଏତେ ଗମ୍ଭୀର ସମସ୍ୟା ଥାଇ ବି ଲେଟେଷ୍ଟ ଟେକନିକ୍ ଆଇବିଏଫ୍ (ଇନ-ବିଟ୍ରୋ ଫର୍ଟିଲାଇଜେସନ୍) ସହାୟତାରେ ମହିଳାଙ୍କୁ ମାତୃତ୍ୱ ଲାଭ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇପାରିବ । ନିଃସନ୍ତାନତା ସମସ୍ୟାରେ ପୀଡିତ ଥିବା ମହିଳାଙ୍କ ମଧ୍ୟରେ ଫେଲୋପିୟନ୍ ଟ୍ୟୁବ୍ ଜଡିତ ହୋଇ ରହିଥାଏ । କିଛି ମହିଳାଙ୍କ ମଧ୍ୟରେ ଏହି ଟ୍ୟୁବ୍ ନଥିବାବେଳେ ଆଉ କିଛି ମହିଳାଙ୍କ ଠାରେ ସଂକ୍ରମଣ ତଥା କୌଣସି ସମସ୍ୟା ଦେଖାଯାଏ ।

ମହିଳାଙ୍କ ଶରୀରରେ ଦୁଇଟି ଟ୍ୟୁବ୍ ଦେଖାଯାଇଥାଏ । ପ୍ରତିମାସରେ ଓଭାରୀରୁ ଅଣ୍ଡା ଫେଲୋପିୟନ୍ ଟ୍ୟୁବରେ ଆସିଥାଏ ଏହି ସମୟରେ ସମ୍ଭୋଗ ହେବା ପରେ ଶୁକ୍୍ରାଣୁ ଅଣ୍ଡାରେ ପ୍ରବେଶ କରିଥାଏ ଯେଉଁଥିରେ ଭ୍ରୁଣ ତିଆରି ହେବାର ପ୍ରାଥମିକ ଅବସ୍ଥା ଆରମ୍ଭ ହୋଇଯାଏ । ଏହାପରେ ଭ୍ରୁଣ ଗର୍ଭାଶୟରେ ଚାଲିଯାଏ ଏବଂ ଜନ୍ମ ପରେ ଏହା ବିକଶିତ ହୋଇଥାଏ । ଫେଲୋପିୟନ୍ ଟ୍ୟୁବରେ ବ୍ଲକେଜ୍ ହୋଇଥିଲେ ଏହାକୁ ଔଷଧ ମାଧ୍ୟମରେ ଠିକ୍ କରାଯାଏ କିନ୍ତୁ କେତେ ସମୟରେ ଏହି ଔଷଧ କାମ କରିନଥାଏ ତେଣୁ କେନ୍ୟୁଲାଇଜେସନ୍ ଟ୍ରିଟମେଣ୍ଟ୍ ମାଧ୍ୟମରେ ଏକ ପତଳା ତାର ମାଧ୍ୟମରେ ବ୍ଲକେଜକୁ ହଟାଇ ଦିଆଯାଏ । ଟ୍ୟୁବ୍ ଖୋଲିବା ପରେ ପ୍ରାକୃତିକ ପ୍ରକ୍ରିୟାରେ ଗର୍ଭଧାରଣ ସମ୍ଭବ ହୋଇଥାଏ । ଏଥିରେ ମହିଳାଙ୍କ ଓଭାରୀରୁ ଅଣ୍ଡା ବାହାର କରାଯାଇ ଲେବରେ ପୁରୁଷ ସ୍ପର୍ମ ଫର୍ଟିଲାଇଜ୍ କରାଯାଏ ଏବଂ ୨-୩ ଦିନ ପରେ ମହିଳାଙ୍କ ଗର୍ଭାଶୟରେ ଏହାକୁ ପ୍ରତ୍ୟାରୋପଣ କରାଯାଏ । ଏହାପରେ ସବୁ ସାଧାରଣ ଗର୍ଭଧାରଣ ପ୍ରକ୍ରିୟା ଭଳି ହିଁ ହୋଇଥାଏ ।

ଏଣ୍ଡୋମେଟ୍ରିଓସିସ୍ ସମସ୍ୟା :

ଏଣ୍ଡୋମେଟ୍ରିଓସିସ୍ ସମସ୍ୟା ଓଭାରୀରେ ହୋଇଥାଏ । ୨୫ ରୁ ୪୦ ବୟସସୀମା ମଧ୍ୟରେ ମହିଳାଙ୍କ ପେଟ କାଟିବା ଏବଂ ଗର୍ଭଧାରଣରେ କଷ୍ଟ ଉପୁଜିବା ଏହି ସମସ୍ୟାର ବଡ କାରଣ ହୋଇଥାଏ । ଏହି ସମସ୍ୟା ହେବା ପରେ ଏଣ୍ଡୋମେଟ୍ରିଓସିସ୍ କୁ ଟିସ୍ୟୁ ଓଭାରୀ ତଥା ଗର୍ଭାଶୟର ପାଖାପାଖି ସ୍ଥାନରେ ବିକଶିତ ହୋଇଥାଏ । ମାସିକ ଧର୍ମ ସମୟରେ ଓଭାରୀରେ ରକ୍ତ ଜମାଟ ବାନ୍ଧି ଦେଇଥାଏ । ଏହି କାରଣରୁ ଅନ୍ତନଳୀ,ଟ୍ୟୁବ୍ ଏବଂ ଓଭାରୀ ନିଜ ଭିତରେ ହିଁ ସଂଯୋଗ ହୋଇଯାଏ । ଏଥିରେ ଟ୍ୟୁବ୍ ଏବଂ ଓଭାରୀରେ ପ୍ରେସର ପଡୁଥିବାରୁ ଏହା ବନ୍ଧ୍ୟାପଣର ରୂପ ମଧ୍ୟ ନେଇପାରେ ଯାହା ବିପଦପୂର୍ଣ୍ଣ ଅଟେ ।

ଏହାର ଚିକିତ୍ସା :

ଏଣ୍ଡୋମେଟ୍ରିଓସିସ୍ ର ଉପଚାର ରୂପରେ ହର୍ମୋନାଲ୍ ଔଷଧ ତଥା ପ୍ରତିମାସରେ ଗୋଟିଏ ଲେଖାଏଁ ଇଞ୍ଜେକସନ୍ ନେବାକୁ ପଡିବ । ଅନ୍ୟପକ୍ଷରେ ଏହାର ସାଇଡଇଫେକ୍ଟ ମଧ୍ୟ ହୋଇପାରେ । ଏଣ୍ଡୋମେଟ୍ରିଓସିସ୍ ସମସ୍ୟାରେ ପୀଡିତ ଥିବା ମହିଳା ଆଇୟୁଆଇ ତଥା ଆଇବିଏଫ୍ ଭଳି ସ୍ପେଶାଲ୍ ଟ୍ରିଟମେଣ୍ଟ୍ କରିପାରିବେ ।

PCOD/PCOS (ପଲି ସିଷ୍ଟିକ ଓଭାରୀ ଡିଜିଜ୍/ସିଣ୍ଡ୍ରୋମ) :

ମାସିକ ଧର୍ମ ସହ ଜଡିତ ଥିବା ଏହି ସମସ୍ୟା କମ୍ ବୟସରେ ଚିହ୍ନଟ ହୋଇଗଲେ ଏହାର ଚିକିତ୍ସା ସରଳ ହୋଇଯାଇଥାଏ । ଏଥିରେ ମହିଳାଙ୍କ ଗର୍ଭାଶୟରେ ପୁରୁଷ ହର୍ମୋନ୍ Androgen ସ୍ତରକୁ ବଢାଯାଇଥାଏ,ଏହାର ପରିମାଣସ୍ୱରୁପ ଓଭାରୀରେ ସିଷ୍ଟ୍ ପ୍ରସ୍ତୁତ ହୋଇଯାଏ । ଡାକ୍ତରଙ୍କ କହିବାନୁସାରେ ମେଦବହୁଳତା ଏବଂ ଶରୀରରେ ଅସନ୍ତୁଳ ଆହାର କାରଣରୁ ଏଭଳି ସମସ୍ୟା ଦେଖାଯାଇପାରେ । କେତେକ କ୍ଷେତ୍ରରେ ଏହା ଜେନେଟିକାଲି ସମସ୍ୟା ମଧ୍ୟ ଦେଖାଯାଏ । ଶରୀରରେ ଅଧିକ ଚର୍ବି ହେଲେ ମଧ୍ୟ ଏସ୍ଟ୍ରୋଜେନ୍ ହରମୋନ୍ ର ମାତ୍ରା ବଢିଯାଏ,ଯେଉଁଥିରେ ଶରୀରରେ ସିଷ୍ଟ୍ ବଢିଯାଏ । ତେବେ ଏହି ସମସ୍ୟାରେ ଥିବା ମହିଳା ଚିନ୍ତାରୁ ମୁକ୍ତ ରୁହନ୍ତୁ,ଓଜନ ସନ୍ତୁଳନ ରଖନ୍ତୁ,ବ୍ୟାୟାମ କରନ୍ତୁ,ଖାଲି ପାଦରେ ଚାଲନ୍ତୁ,ଯୋଗ କରନ୍ତୁ,ଡ୍ୟାନ୍ସ,ସାଇକେଲିଙ୍ଗ୍ ତଥା ସ୍ୱିମିଙ୍ଗ୍ କରନ୍ତୁ । ଏହା ସହ ଖାଦ୍ୟପେୟରେ ସନ୍ତୁଳନ ରଖିବା ସହ ଉଚିତ୍ ସମୟରେ ଖାଆନ୍ତୁ । ଡାଇଟରେ ଫଳ,ସବୁଜ ପରିବା,ଭିଟାମିନ୍ ଯୁକ୍ତ ଆହାର ରଖନ୍ତୁ ।

କେମିତି କରିବେ ଏହାର ଚିକିତ୍ସା ?

ଏହି ସମସ୍ୟାର ଚିକିତ୍ସା କରିବା ଅତ୍ୟନ୍ତ ଜଟିଳପୂର୍ଣ୍ଣ । କିଛି ମାମଲାରେ ସର୍ଜରୀ ମଧ୍ୟ କରାଯାଏ ତ ଆଉ କିଛି ମାମଲାରେ ଔଷଧ ମଧ୍ୟ ଦିଆଯାଏ । ଏହି ସମସ୍ୟାରେ ମହିଳା ପ୍ରାକୃତିକ ଉପାୟରେ ଗର୍ଭଧାରଣା କରିପାରିବା କଷ୍ଟକର ହୋଇପଡେ । ଏହି ପରିସ୍ଥିତିରେ ଜାଞ୍ଚ୍ ପରେ ଆଇବିଏଫ୍ ଟେକନିକ୍ ଲାଭଦାୟକ ହୋଇପାରେ ।