ଖଣ୍ଡିଗିରି : ୩ ଜଣ କୁଖ୍ୟାତ୍ ଲୁଟେରାଙ୍କୁ ଗିରଫ କରିଛି ପୁଲିସ

22

କନକ ବ୍ୟୁରୋ : ଖଣ୍ଡିଗିରିରୁ ୩ ଜଣ କୁଖ୍ୟାତ୍ ଲୁଟେରାଙ୍କୁ ଗିରଫ କରିଛି ପୁଲିସ । ଏମାନେ ବିଭିନ୍ନ ସ୍ଥାନରେ ସିନ୍ଧି ଚୋରି କରିଥାନ୍ତି । ଭୁବନେଶ୍ୱରର ଆନ୍ଧାରୁଆ ଗାଁର କୁଖ୍ୟାତ ଲୁଟେରା ପପୁ, ବାବୁ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ । ଏହାସହ ଏମାନଙ୍କ ଠାରୁ ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା, ମୋବାଇଲ୍ ଓ ବିଦେଶୀ ମୁଦ୍ରା ଜବତ ହୋଇଛି । ଏହି ଲୁଟେରାଙ୍କ ନାଁରେ ବିଭିନ୍ନ ଥାନାରେ ବହୁ ମାମଲା ରହିଛି ।