ଗୋରଖପୁରର ଭୁଲ ରାୟପୁରରେ ! ଅକ୍ସିଜେନ ଅଭାବରୁ ଗଲା ତିନି ଶିଶୁଙ୍କ ଜୀବନ

36

କନକ ବ୍ୟୁରୋ : ଅକ୍ସିଜେନ ଅଭାବରୁ ଚାଲିଗଲା ପୁଣି ତିନି ଶିଶୁଙ୍କ ଜୀବନ । ଦିନର ଆଲୁଅ ଦେଖିବା ପୂର୍ବରୁ ଆଖି ବୁଜିଦେଲେ ତିନି ଶିଶୁ । ଗୋରଖପୁର ଘଟଣାର ପୁନରାବୃତ୍ତି ଘଟିଛି ରାୟପୁରରେ । ଗୋରଖପୁରର ଜଖମ ମନରୁ ଲିଭି ନଥିବା ବେଳେ ରାୟପୁରର ଘଟଣା ଦେଶର ବିଭିନ୍ନ ହସ୍ପିଟାଲ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଋବିବାର ଋାୟପୁରର ଡ଼ଃ ଭୀମରାଓ ଆମ୍ବେଦକର ହସ୍ପିଟାଲରେ ଅକ୍ସିଜେନ ଯୋଗାଣ ବନ୍ଦ ହେବାରୁ ଭେଣ୍ଟିଲେଟରରେ ଥିବା ତିନି ନିରୀହ ଓ ନିଷ୍ପାପ ଶିଶୁଙ୍କ ଜୀବନ ଦୀପ ଲିଭିଯାଇଛି । ଡାକ୍ତରଖାନାର କର୍ମଚାରୀଙ୍କ ଭୁଲ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତଦନ୍ତ ଅନୁଯାୟୀ, ରବିବାର ରାତିରେ ହଠାତ୍ ବିଭିନ୍ନ ୱାର୍ଡରୁ ଅଧଘଣ୍ଟା ଧରି ଅକ୍ସିଜେନ ଯୋଗାଣ ବନ୍ଦ ହୋଇଯାଇଥିଲା । କିନ୍ତୁ ହସ୍ପିଟାଲର କୌଣସି ଅଧିକାରୀଙ୍କ ଏଥିପ୍ରତି ନିଘା ନଥିଲା । ଏପରିକି ଅକ୍ସିଜେନ ଅପରେଟର ମଦ ପିଇ ନିଶାରେ ଶୋଇଯାଇଥିଲେ । ତେଣୁ ତାଙ୍କୁ ନିଦରୁ ଉଠାଇବା ପରେ ହିଁ ବିଭିନ୍ନ ୱାର୍ଡକୁ ଅକ୍ସିଜେନ ସପ୍ଲାଏ ଆରମ୍ଭ ହୋଇଥିଲା । କିନ୍ତୁ ସେତେବେଳକୁ ବହୁତ ଡେରି ହୋଇସାରିଥିଲା । ଅକ୍ସିଜେନ ଅଭାବରୁ ଭେଣ୍ଟିଲେଟର ଥିବା ତିନି ଶିଶୁଙ୍କ ପ୍ରାଣବାୟୁ ଉଡି ଯାଇଥିଲା ।

ରବିବାରର କାଳରାତ୍ରୀ ନେଇଛି ପୁଣି ତିନି ଶିଶୁଙ୍କ ଜୀବନ । କିଛିଦିନ ପୂର୍ବେ ଗୋରଖପୁରରେ ଅକ୍ସିଜେନ ଅଭାବରୁ ୬୦ ଜୀବନ ଚାଲି ଯାଇଥିଲା । ଏହାପରେ ମଧ୍ୟ ଦେଶରେ ଥିବା ବିିଭିନ୍ନ ହସ୍ପିଟାଲ କର୍ତୃପକ୍ଷଙ୍କ ଚେତା ପଶୁନି ।