ଜମ୍ମୁକଶ୍ମୀର ପୁଲୱାମାରେ ସେନା ଓ ଆତଙ୍କବାଦୀ ଗୁଳିବିନିମୟ : ଏନକାଉଣ୍ଟରରେ ମୋଷ୍ଟ ୱାଂଟେଡ ଜହୁର ସମେତ ୩ ଆତଙ୍କୀ ନିହତ

ଜଣେ ଯବାନ ଶହୀଦ୍

100

କନକ ବ୍ୟୁରୋ : ଜମୁକଶ୍ମୀର ପୁଲୱାମା ଜିଲ୍ଳାରେ ସେନା ଓ ଆତଙ୍କବାଦୀଙ୍କ ଭିତରେ ଗୁଳିିବିନିମୟ ହୋଇଛି । ସେନାର ଗୁଳିମାଡରେ ହିଜବୁଲ ମୁଜାହିଦ୍ଦିନ ସଂଗଠନର ଆତଙ୍କବାଦୀ ଜହୁର ଠୋକର ସମେତ ୩ଜଣ ନିହତ ହୋଇଛନ୍ତି । ଏହି ଗୁଳିବିନିମୟରେ ଜଣେ ଯବାନ ମଧ୍ୟ ଶହୀଦ୍ ହୋଇଥିବାବେଳେ ୨ ଜଣ ଆହତ ହୋଇଥିବା ଜଣାପଡିଛି । ଆଜି ସକାଳୁ ସକାଳୁ ପୁଲୱାମା ଜିଲ୍ଳାର ଖାରପୁରାରେ ଆତଙ୍କବାଦୀ ଲୁଚି ଥିବା ଖବର ପାଇ ସମ୍ପୃକ୍ତ ଅଂଚଳକୁ ଘେରାଉ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା ।

ତା’ପରେ ଲୁଚି ଥିବା ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହାର ଜବାବରେ ସୁରକ୍ଷାବଳ ଗୁଳିମାଡ କରିଥିଲା । ଜହୁର ଠୋକର ୧୭୩ ଟେରିଟୋରିଆଲ ଆର୍ମିର ସଦସ୍ୟ ଥିଲେ ଓ ୨୦୧୬ରେ ସର୍ଭିସ ରାଇଫଲ ନେଇ ଫେରାର ହୋଇଯାଇଥିଲେ । ତେବେ ଆତଙ୍କବାଦୀଙ୍କ ସହ ସେନାର ଗୁଳିବିନିମୟ ଚାଲିଥିବାବେଳେ ଜଣେ ସ୍ଥାନୀୟ ଯୁବକଙ୍କ ଦେହରେ ଗୁଳିବାଜିବାରୁ ସ୍ଥାନୀୟ ଲୋକ ହଙ୍ଗାମା କରିଛନ୍ତି । ଏହାକୁ ନେଇ ଉତେଜନା ଲାଗି ରହିଛି ।