୩ ଇଂଜିନିୟର ମିଶି ଖୋଲିଲେ ଚା’ ଦୋକାନ, ୫୦ ପ୍ରକାରର ଚା’ ବିକ୍ରି କରି ଏବେ ଚର୍ଚ୍ଚାରେ
ଇଞ୍ଜିନିୟରିଂ ପାଠ ପଢ଼ି କିଛି ଅଲଗା ବୃତ୍ତିରେ ପଶିବା ଆଜିକାଲି କଛି ନୂଆ କଥା ନୁହେଁ । କିଛି ପିଲା ଇଞ୍ଜିନିୟରିଂ ପାଠ ସାରି ବଡ଼ କମ୍ପାନିରେ ଚାକିରି କରିବା ଅପେକ୍ଷା ଜନସେବାରେ ମନ ଦେଇଥାନ୍ତି । ଏଭଳି ଅନେକ ଖବର ଆମେ ଆପଣଙ୍କୁ ଦେଇ ସାରିଛୁ । ଆଜି ଆମେ ଯେଉଁ ୩ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ । ସେମାନଙ୍କ କାହାଣୀ କିଛି ନିଆରା । ପାଠପଢ଼ାକୁ କୌଣସି ଯନ୍ତ୍ରପାତି ଠିକ୍ କରାଇବାରେ ନ ଲଗାଇ ଚା’ ତିଆରିରେ ବ୍ୟବହାର କରୁଛନ୍ତି ଏହି ୩ ଜଣ ଇଞ୍ଜିନିୟରିଂ ଛାତ୍ର । ନିଜ ବୁଦ୍ଧି ବଳରେ ସେମାନେ ୫୦ ପ୍ରକାରର ଚା’ ବନାଉଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
୨୦କପ୍ ଚା’ରୁ ନିଜର ବ୍ୟବସାୟ ସେମାନେ ଆରମ୍ଭ କରିଥିବା ବେଳେ ଏବେ ପ୍ରତିଦିନ ସେମାନେ ୭୦୦କପ ଚା’ ବିକ୍ରି କରୁଥିବା ଜଣାପଡ଼ିଛି । ନିଜେ ରୋଜଗାର କରିବା ସହ ଧୀରେ ଧୀରେ ଅନ୍ୟ ବେକାର ଯୁବକଙ୍କୁ ମଧ୍ୟ ସେମାନେ ଚାକିରି ଦେଉଥିବା ଜଣାପଡ଼ିଛି । ଦୁଇ ମାସ ପୂର୍ବରୁ ସେମାନେ ନିଜର ଚା’ ଦୋକାନ ଆରମ୍ଭ କରିଥିବା ବେଳେ ଏବେ ସେମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଇଞ୍ଜିନିୟର ସଞ୍ଜିତ୍ ସିଂ, ଉଜ୍ଜ୍ୱଲ କୁମାର ଏବଂ ମଧୁବନ ରଏ ମିଶି ଏହି ଚା’ ଦୋକାନ ଆରମ୍ଭ କରିଛନ୍ତି । ପାଠପଢ଼ା ସରିବା ପରେ ରାହୁଲଙ୍କୁ ଚା’ ଦୋକାନ ଖୋଲିବାର ବିଚାର ଆସିବା ପରେ ସେ ନିଜର ଦୁଇ ସାଙ୍ଗଙ୍କୁ ଏ ବିଷୟରେ ଜଣାଇଥିଲେ । ଏହା ପରେ ୩ଜଣ ମିଶି କେତେ ପ୍ରକାରର ଚା’ ତିଆରି କରିପାରିବେ ସେ ନେଇ ଯୋଜନା କରିଥିଲେ । ଏହି ୩ ଇଞ୍ଜିନିୟରଙ୍କ ଚା’ ଦୋକାନରେ ୫୦ପ୍ରକାରର ଚା’ ମିଳୁଥିବା ବେଳେ ୩୦ ପ୍ରକାରର କ୍ଷୀର ଚା’ ଏବଂ ୨୦ପ୍ରକାରର ବିନା କ୍ଷୀର ଚା’ ମିଳୁଥିବା ଜଣାପଡ଼ିଛି । ବିଭିନ୍ନ ପ୍ରକାରର ଚା’ ଥିବା ବେଳେ ୬ଟଙ୍କାରୁ ଆରମ୍ଭ କରି ୪୦ଟଙ୍କା ପର୍ଯ୍ୟନ୍ତ ଚା’ ବିକ୍ରି କରାଯାଉଛି । ଏହାରେ ମିଳୁଥିବା ଚା’ର ଭିନ୍ନ ଭିନ୍ନ ନାଁ ମଧ୍ୟ ରଖା ଯାଇଛି । ଇରାନୀ ଚା’,ଇରାନୀ ମଲାଇ ଚା’,ମସଲା ଚା’,ଗୋଲାପ ଜଳ ଚା’,କଶ୍ମୀରୀ ଚା’,ତୁଳସୀ ଚା’ ଇତ୍ୟାଦି ।