ଚାନ୍ଦବାଲି ନୁଆଗାଁରେ ଅଭାବନୀୟ ଘଟଣା । ପୋଖରୀରେ ବୁଡ଼ି ଚାଲିଗଲା ବୁଢ଼ୀ ମା’ ସହିତ ଦୁଇ ନାତୁଣୀଙ୍କ ଜୀବନ

102

କନକ ବ୍ୟୁରୋ: ଚାରିଆଡେ ଧୁମଧାମରେ ଦଶହରା ପର୍ବ ପାଳିତ ହେଉଥିବା ବେଳେ ଚାନ୍ଦବାଲି ନୁଆଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଘାସ କାଟିବାକୁ ଯାଇଥିବା ସମୟରେ ପୋଖରୀରେ ବୁଡ଼ି ବୁଢ଼ୀ ମା’ ସହିତ ଦୁଇ ନାତୁଣୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତକ ହେଲେ ମଲ୍ଲୀଲତା ମଲିକ ବୟସ ୭୦ (ବୁଢ଼ୀ ମା’), ଆଶୋକ ଦାସଙ୍କ କନ୍ୟା ଅଞ୍ଜନା ଦାସ୍, ବୟସ ୧୧ ଓ ଶ୍ରୀଧର ମଲିକଙ୍କ କନ୍ୟା ଶ୍ରାବଣୀ ମଲିକ୍ ବୟସ ୯ବର୍ଷ।

ସୂଚନାଯୋଗ୍ୟ, ଶୁକ୍ରବାର ସକାଳ ୮ଘଟିକା ପାଖାପାଖି ହେବ ବୁଢ଼ୀ ମା’ ମଲ୍ଲୀଲତା ମଲିକ ସହିତ ଦୁଇ ନାତୁଣୀ ଅଞ୍ଜନା ଓ ଶ୍ରାବଣୀ ଘାସ କାଟିବାକୁ ପୋଖରୀ କୂଳକୁ ଯାଇଥିଲେ। ହଠାତ୍ ସେଠାରେ ଗୋଡ ଖସି ଯିବାରୁ ତିନିଜଣ ପୋଖରୀ ଭିତରେ ବୁଡ଼ି ଯାଇଥିଲେ। ତେବେ ଅନେକ ସମୟ ହେବ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ଦିନ ୧୧ଟା ସମୟରେ ତିନିଜଣଙ୍କ ମୃତଦେହକୁ ପୋଖରୀ ଭିତରକୁ ଉଦ୍ଧାର କରାଯିବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଥିଲା।