ଗୁଣ୍ଡିଚା ବାଡିରେ ଚତୁର୍ଦ୍ଧା ମୂରତୀଙ୍କ ତିନି ରଥ : ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ

32

କନକ ବ୍ୟୁରୋ : ଗୁଣ୍ଡିଚା ବାଡିରେ ପହଁଚିଲା ତିନି ରଥ । ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ କାଳିଆର ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଂଚିଛି । ବର୍ଷା ସତ୍ୱେ ଆଜି ସକାଳୁ ସକାଳୁ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାର ସହ ରଥ ଟାଣିଛନ୍ତି ।

ଗତକାଲି ବଳଗଣ୍ଡି ନିକଟରେ ଥିବା ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ରଥ ଆଜି ଗୁଣ୍ଡିଚା ମନ୍ଦିରରେ ପହଂଚିଥିଲେ । ପୁରୀ ମାର୍କେଟ୍ ଛକ ନିକଟରେ ଅଟକି ଥିବା ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଂଚିଛନ୍ତି । ଗତକାଲି ପାଗ ଅନୁକୂଳ ଥିବାରୁ ପ୍ରାୟ ୧୦ ଲକ୍ଷ ଭକ୍ତଙ୍କ ଭିଡ଼ ଜମିଥିଲା ଶ୍ରୀକ୍ଷେତ୍ରରେ ।