ଗଡିଲା ତିନିରଥ : ଶ୍ରୀମନ୍ଦିର ଗମ୍ଭିରା ଛାଡି ଶରଧାବାଲିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

21

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଚଳଚଂଚଳ  ଶ୍ରୀକ୍ଷେତ୍ର । ବଡଦାଣ୍ଡରେ ଗଡିଛି ତିନି ରଥ । ଶ୍ରୀମନ୍ଦିର ଗମ୍ଭିରା ଛାଡି ଶରଧାବାଲିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ବିଭିନ୍ନ ରିତିନୀତି ପରେ ଧାଡି ପହଣ୍ଡିରେ ରଥକୁ ଆସିଲେ ଚତୁର୍ଧା ମୂର୍ତି । ଗଜପତିଙ୍କ ଛେରାପହଁରା ପରେ ରଥରେ ଲାଗିଲେ ଘୋଡା ଓ ସାରଥୀ । ଏହା ପରେ ଟଣା ହେଲେ ତିନି ରଥ । ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ବଳଗଣ୍ଡି ପାଖରେ ପହଂଚିଛି । ସେପଟେ ମାଆ ସୁଭଦ୍ରାଙ୍କ ରଥ ମାର୍କେଟ ଛକ ପାଖରେ ପହଂଚିଛି । ରାଣୀନଅର ପାଖରେ ପହଂଚି ସାରିଛି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ । ସଂଧ୍ୟା ପରେ ସ୍ୱତନ୍ତ୍ର ଆଲୁଅ ବ୍ୟବସ୍ଥା ମଧ୍ୟରେ ଚାଲିଛି ରଥଟଣା । ଆଜି ଅଧାରାସ୍ତାରେ ଅଟକିବେ ତିନି ରଥ । ଆସନ୍ତାକାଲି ତିନିରଥକୁ ଗୁଣ୍ଡିଚା ମନ୍ଦିର ସମ୍ମୁଖକୁ ଟାଣି ନିଆଯିବ । ଏପଟେ ରଥାରୁଢ ଦିଅଁଙ୍କୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଦେଖନ୍ତୁ ଏହି ଭିଡିଓ :