ଧାନ ଖାଇବାକୁ ଆସି କୂଅରେ ପଡ଼ିଲେ ୩ ବାରହା ! ଅଗ୍ନୀଶମ କର୍ମଚାରୀଙ୍କ ଅକ୍ଳାନ୍ତ ଉଦ୍ୟମ ପରେ ହେଲେ ଉଦ୍ଧାର  ।

82

କନକ ବ୍ୟୁରୋ : ଧାନ ଖାଇବାକୁ ଆସି କୂଅରେ ପଡ଼ିଲେ ବାରହା । ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଛନ୍ତି ୩ଟି ବାରହା । ସମ୍ବଲପୁର ରେଙ୍ଗଲି ବ୍ଲକ ଲହମନି ଗାଁର ଚାଷ ଜମି ମଧ୍ୟରେ ଥିବା ଏକ ପରିତ୍ୟକ୍ତ କୂଅରୁ ବାରାହା ଉଦ୍ଧାର କରାଯାଇଛି ।  କୂଅରେ ବାରହା ପଡ଼ିଥିବା ଦେଖି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ଗ୍ରାମବାସୀ ।

ହେଲେ ଗ୍ରାମବାସୀଙ୍କ ଚେଷ୍ଟା ବିଫଳ ହେବାରୁ ଅଗ୍ନୀଶମ ବିଭାଗକୁ ଯୋଗାଯୋଗ କରିଥିଲେ । ପରେ ବନ କର୍ମଚାରୀ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ଡ୍ରୋଜର ସହାୟତାରେ ବରାହା ମାନଙ୍କୁ ଉଦ୍ଧାର କରିଛନ୍ତି । କୂଅରୁ ବାହାରିବା ପରେ ୩ଟି ଯାକ ବାରାହା ଜଙ୍ଗଲ ଭିତରୁ ଚାଲିଯାଇଥିବା ଦେଖିବାକୁ ମିଳିଥିଲା ।