ଭୟଙ୍କର କ୍ଷତି ପହଞ୍ଚାଇପାରେ ସାମୁଦ୍ରିକ ତୋଫାନ ଗାଜା ! ଭାରତୀୟ ନୌସେନା ସତର୍କ

514

କନକ ବ୍ୟୁରୋ : ବଙ୍ଗୋପସାଗର ଉପରେ ଥିବା ସାମୁଦ୍ରିକ ବାତ୍ୟା ‘ଗାଜା’ ଚେନ୍ନାଇ ଠାରୁ ୪୭୦ କିଲୋମିଟର ଦୂରରେ ରହିଛି । ଆଜି ସନ୍ଧ୍ୟା ସୁଦ୍ଧା କୁଡ୍ଡାଲୋର୍ ଏବଂ ପାମ୍ବନ ମଧ୍ୟରେ ସ୍ଥଳଭାଗ ଛୁଇଁବ ପରେ ତାମିଲନାଡୁ, ପୁଡ଼ୁଚେରୀ ଏବଂ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ପ୍ରବଳ ବର୍ଷା କରାଇବ । ପାଣିପାଗ ବିଭାଗ ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟା କିଂବା ରାତିରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗର ପବନ ସହ ଗାଜା ସ୍ଥଳଭାଗ ଛୁଇଁବ ।

ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ଭାରତୀୟ ନୌସେନା, ଏନଡିଆଏଫ୍,ଏସଡିଆରଏଫ୍ ଏବଂ ଅନ୍ୟାନ୍ୟ ଏଜେନ୍ସି ସବୁ ପ୍ରସ୍ତୁତ ହୋଇ ରହିଛନ୍ତି । ୩୦, ୫୦୦ ଉଦ୍ଧାରକାରୀମାନେ ପ୍ରସ୍ତୁତ ହୋଇ ରହିଥିବା କଥା ତାମିଲନାଡୁ ସରକାର ଘୋଷଣା କରିଛନ୍ତି । ତାଞ୍ଜାବୁର, ତିରୁବରୁର, ପୁଡୁକୋଟ୍ଟାଇ, ନାଗାପଟନମ୍, କୁଡ୍ଡାଲୋର ଏବଂ ରାମନାଥପୁରମର ଜିଲ୍ଲାପାଳମାନେ ଗୁରୁବାର ନିମନ୍ତେ ସ୍କୁଲ୍ କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି । ତାମିଲନାଡୁ ଏବଂ ପୁଦ୍ଦୁଚେରୀ ଛଡ଼ା ଆନ୍ଧ୍ରପ୍ରଦେଶରେ ମଧ୍ୟ ବାତ୍ୟାର ପ୍ରଭାବ ପଡ଼ିବ। ଆଗାମୀ ଦୁଇ ଦିନ ଧରି ଆନ୍ଧ୍ରର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ପବନ ତୋଡ଼ ବଢ଼ିବ ।