ସଲାମ୍ ସାମ୍ବାଦିକା ! ମାଡ ଖାଇଲେ , ଗାଳି ବି ଶୁଣିଲେ କିନ୍ତୁ କର୍ମରୁ ବିମୁଖ ହେଲେନାହିଁ ।

2,399

ସାମ୍ବାଦିକତା କାର୍ଯ୍ୟ ଯେ କେତେ ଜଟିଳ ତାହା ଜଣେ ସାମ୍ବାଦିକ ହିଁ ଜାଣିପାରେ । ପ୍ରତିକୂଳ ପରିସ୍ଥିତିରେ କିଭଳି ଧର୍ଯ୍ୟ ଏବଂ ସାହସର ସହ ମୁକାବିଲା କରି କାମ କରିବାକୁ ପଡେ ତାହା ଜଣେ ଭୁକ୍ତଭୋଗୀଙ୍କ ଠାରୁ ଅବା କିଏ ବା ଜାଣିବ । ବର୍ତ୍ତମାନ ସାବରିମାଳା ମନ୍ଦିରର ଚର୍ଚ୍ଚା ସମ୍ପୁର୍ଣ୍ଣ ବିଶ୍ୱରେ ଚାଲିଥିବା ବେଳେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି ।

ଜଣେ ମହିଳା ସାମ୍ବାଦିକା (କ୍ୟାମେରା ପର୍ସନ୍) ସାବରିମାଳା ଘଟଣାକୁ ନିଜ କ୍ୟାମେରାରେ କଏଦ୍ କରିବା ପାଇଁ ଥିରୁୱନନ୍ତପୁରମ୍ ସ୍ଥାନକୁ ଯାଇଥିଲେ ଯେଉଁଠାରେ ଭାରତୀୟ ଜନତା ପାର୍ଟିର କିଛି କର୍ମକର୍ତ୍ତା ତାଙ୍କୁ ଗାଳିଗୁଲଜ କରିବା ସହ ମାଡ ମଧ୍ୟ ମାରିଥିଲେ । ଏହି ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ମହିଳା ଜଣକ ସାବରିମାଳା ମନ୍ଦିରରେ ଦର୍ଶନ ପାଇଁ ଯାଇଥିବା ଦୁଇ ମହିଳାଙ୍କ ଉପରେ କଭରେଜ୍ ନେଉଥିଲେ । ମହିଳାଜଣକ କୈରାଳୀ ଟି.ଭିର ଜଣେ କ୍ୟାମେରା ପର୍ସନ୍ ବୋଲି ଜଣାପଡିଥିବା ବେଳେ ତାଙ୍କ ନାମ ସାଜିଲା ଅଲ୍ଲୀ ଫାତିମା ବୋଲି ଜଣାପଡିଛି । ନିକଟରେ ତାଙ୍କର ଏକ ଫଟୋ ଝଡ ପରି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ହାତରେ କ୍ୟାମେରା ଧରି ସେ ନିଜ ପେସାକୁ ଅବହେଳା କରୁନଥିବା ବେଳେ ବ୍ୟକ୍ତିଗତ କ୍ଷୋଭ କାରଣରୁ ତାଙ୍କ ଆଖିରେ ଆଖିଏ ଲୁହ ମଧ୍ୟ ଜକେଇ ଆସିଛି । ଏଭଳି ଏକ ଫଟୋକୁ ଅନ୍ୟ ଜଣେ କେହି ଉତ୍ତୋଳନ କରି ଇଣ୍ଟରନେଟ୍ ରେ ଭାଇରାଲ୍ କରିଥିଲେ । ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ୍ , ଡୁଲ୍ ନ୍ୟୁଜ୍ ଅନୁସାରେ ଫାତିମାଙ୍କ କହିବାନୁସାର ସେ ବିଜେପି କର୍ମକର୍ତ୍ତାଙ୍କ ଏଭଳି ବ୍ୟବହାରରେ ନଡରି ନିଜ କାମ କରିଥିଲେ ।