ରାଜଧାନୀରେ ଚିଟଫଣ୍ଡ ଜମାକାରୀଙ୍କ ମେଳି: ସରକାରଙ୍କ ବିଫଳତା ବିରୋଧରେ ସତ୍ୟାଗ୍ରହ ଧମକ

ଅର୍ଥମନ୍ତ୍ରୀ କହିଲେ, ସରକାରଙ୍କ ଉପରୁ ତୁଟିନି ଜମାକାରୀଙ୍କ ଆସ୍ଥା

83

କନକ ବ୍ୟୁରୋ: ରାଜଧାନୀରେ ଏକାଠି ହେଲେ ହଜାର ହଜାର ଜମାକାରୀ । ମିଳିତ ମଂଚର ଡାକରାରେ ଏକାଠି ହୋଇଛନ୍ତି ଚିଟଫଣ୍ଡ ଜମାକାରୀ । ସରକାରଙ୍କ ବିଫଳତା ବିରୋଧରେ ସତ୍ୟାଗ୍ରହ କରିବାକୁ ଧମକ ଦେଇଛନ୍ତି ।

 

ଏନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟର ପ୍ରାୟ ୨୦ଲକ୍ଷ ଜମାକାରୀ ଚିଟଫଣ୍ଡରେ ଜମା କରିଥିବା ଟଙ୍କା ହରାଇଛନ୍ତି । ଜମାକାରୀ ପ୍ରାୟ ୨୦ହଜାର କୋଟି ଟଙ୍କା ହରାଇଛନ୍ତି । ୪୪ଟି ସଂସ୍ଥା ବିରୋଧରେ ସିବିଆଇ ତଦନ୍ତ କରୁଛି ।

sashibhusahn on gst

ଭୁବନେଶ୍ୱରରେ ଚିଟଫଣ୍ଡ ଜମାକାରୀଙ୍କ ସତ୍ୟାଗ୍ରହ ଚାଲିଥିବାବେଳେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି,  ସରକାରଙ୍କ ଉପରୁ ଜମାକାରୀଙ୍କ ଆସ୍ଥା ତୁଟିନି । କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ  ପ୍ରକ୍ରିୟା ଓ ପ୍ରୟାସ ଆରମ୍ଭ ହୋଇଛି ।  ପ୍ରକ୍ରିୟାରେ ସ୍ୱଚ୍ଛତା ରଖିବାକୁ  ଯଥେଷ୍ଟ ସତର୍କତା ଅବଲମ୍ବନ ହେଉଥିବାରୁ  କିଛିଟା ବିଳମ୍ବ ହୋଇଛି ।  ଜମାକାରୀଙ୍କ ସହ ଆଲୋଚନା କରିବାକୁ ସମସ୍ତେ ପ୍ରସ୍ତୁତ ଅଛନ୍ତି  ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।