ରାସ୍ତାରେ ପାନ ଛେପ ପକାଉଥିବା ଲୋକଙ୍କ ଉପରେ ଲାଗିବ ଲଗାମ୍ ! ଜରିମାନା ସହିତ ସଫା କରିବେ ନିଜେ ପକାଇଥିବା ପାନ ଛେପ ।

ପାନ ଖାଇ ରାସ୍ତାରେ ଛେପ ପକାଇବା ଏଣିକି ଲୋକଙ୍କୁ ପଡିବ ମହଙ୍ଗା ।

295

ପାନ ଖାଇ ରାସ୍ତାରେ ଛେପ ପକାଇବା ଏଣିକି ଲୋକଙ୍କୁ ପଡିବ ମହଙ୍ଗା । ରାସ୍ତା ଉପରେ ପାନ ଛେପ ପକାଉଥିବା ଲୋକଙ୍କୁ ବୁଦ୍ଧି ସିଖାଇବା ପାଇଁ ସହରର ରାସ୍ତାଗୁଡିକୁ ସଫା ରଖିବା ପାଇଁ ପୁଣେ ମହାନଗର ନୀଗମ ଲୋକଙ୍କ ପାଇଁ କଟକଣା ଜାରି କରିଛି । ଯଦି କୌଣସି ବ୍ୟକ୍ତି ରାସ୍ତାରେ ପନ ଛେପ ପକାଏ ତେବେ ତାକୁ ଜୋରିମାନା ଦେବାକୁ ପଡିବ ।

ସୂଚନା ଅନୁଯାୟୀ, ପୁଣେରେ ରାସ୍ତାକୁ ଅପରିଷ୍କାର ହେବାରୁ ରୋକିବା ପାଇଁ ପୁଣେ ମହାନଗରପାଳିକା ଏକ ବଡ ନିଷ୍ପତି ଗ୍ରହଣ କରିଛି । ଯଦି କୌଣସି ବ୍ୟକ୍ତି ରାସ୍ତାରେ ପାନ ଛେପ ପକାଏ ତେବେ ସେହି ବ୍ୟକ୍ତିଙ୍କୁ ୧୫୦ ଟଙ୍କା ଜରିମାନା ଦେବାକୁ ପଡିବ । କେବଳ ସେତିକି ନୁହେଁ ରାସ୍ତାରେ ଛେପ ପକାଇଥିବା ବ୍ୟକ୍ତିଙ୍କୁ ନିଜ ହାତରେ ପକାଇଥିବା ଛେପକୁ ସଫା ମଧ୍ୟ କରିବାକୁ ପଡିବ ।

ତେବେ ଏହିବଳି ଏକ ବଡ ନିଷ୍ପତି ନେବା ପଛରେ ପୁଣେ ମହାନଗରପାଳିକାର ମୂଖ୍ୟ ଜ୍ଞାନେଶ୍ୱର ମୋଲକ କୁହନ୍ତି, କେବଳ ଜରିମାନା ଦେଇ ଲୋକଙ୍କୁ ଛାଡିଦେଲେ ଲୋକଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସିବ ନାହିଁ । ଲୋକେ ବାରମ୍ବାର ଜରିମାନା ଦେଇ ଚାଲିଯିବେ କିନ୍ତୁ ନିଜ ଅଭ୍ୟାସକୁ ପରିବର୍ତନ କରିବେ ନାହିଁ । ତେଣୁ ଏହାକୁ ରୋକିବା ପାଇଁ ଏବଂ ପାନ ଛେପ ପକାଉଥିବା ଲୋକଙ୍କ ଉପରେ ଲଗାମ ଲଗାଇବା ପାଇଁ ଏଭଳି ନିଷ୍ପତି ନିଆଯାଇଛି । ଲକେ ରାସ୍ତାରେ ପାନ ଛେପ ପକାଇଲେ ୧୫୦ ଟଙ୍କା ଜରିମାନା ଦେବା ସହିତ ପକାଇଥିବା ଛେପକୁ ସଫା ମଧ୍ୟ କରିବାକୁ ପଡିବ । ଜ୍ଞାନେଶ୍ୱ ଏହା ମଧ୍ୟ କହିଛନ୍ତି କି, ପୂର୍ବ ସପ୍ତାହରେ ନଗରର କିଛି ଅଞ୍ଚଳରୁ ପ୍ରାୟ ୧୫୬ ଲୋକ ରାସ୍ତାରେ ପାନ ଛେପ ପକାଉଥିବାବେଳେ ଧରାପଡିଥିଲେ । ପରେ ସେମାନଙ୍କୁ ପକାଇଥିବା ଛେପକୁ ସଫା କରିବା ସହ ୧୫୦ ଟଙ୍କା ଲେଖାଏ ଫାଇନ ମଧ୍ୟ ଦେବାକୁ ପଡିଥିଲା ।