ଏହି ନୂତନ ଜ୍ଞାନକୈାଶଳରେ ଏବେ ୫ଘଣ୍ଟାର ଚାର୍ଜରେ ୫୦୦ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଆପଣଙ୍କ ସ୍ମାର୍ଟଫୋନ, ଜାଣନ୍ତୁ କେମିତି

42

ସ୍ମାର୍ଟଫୋନର ବ୍ୟାଟେରୀର ବ୍ୟାକଅପ ବଢ଼ାଇବାକୁ ନେଇ ନିର୍ମାତା କମ୍ପାନୀଗୁଡିକ ତରଫରୁ ଅଧିକ ଧ୍ୟାନ ଦିଆଯାଉଛି । ଏପରିକି ବ୍ୟାଟେରୀର ବ୍ୟାକଅପ ବଢ଼ାଇବା ପାଇଁ ଫୋନର ହାଡୱେର ପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଉଛି । ଏମିତିରେ ଆମେରିକାର ମିସୈାରୀ ବିଶ୍ୱବିଦ୍ୟାଳୟରେ ଏମିତି ଏକ ଟେକନୋଲୋଜିର ବିକାଶ କରାଯାଇଛି, ଯାହା ସାହାଯ୍ୟରେ ଲ୍ୟାପଟପ ଠାରୁ ଆରମ୍ଭ କରି ସ୍ମାର୍ଟଫୋନ ପର୍ଯ୍ୟନ୍ତ ବ୍ୟାଟେରୀକୁ ୧୦୦%ରୁ ଅଧିକ ବୃଦ୍ଧି କରାଯାଇପାରିବ ।

ଗବେଷକମାନେ ଏମିତି ଏକ ମ୍ୟାଗେନେଟିକ ଡିଭାଇସ ତିଆରି କରିଛନ୍ତି ଯାହା ‘ହନିକମ୍ବ’ର ଜାଲ ବନାଏ । ଏଥିରୁ ଡିଭାଇସର ବିଶେଷ ଇଲେକ୍ଟ୍ରୋନିକ ଫିଚର୍ସ ବିଷୟରେ ଜଣାପଡୁଛି । ଗବେଷକମାନେ ସିଲିକନର ଉପର ସ୍ତରରେ ପରମଲୋୟ ଜମା କରି ଏକ ନାନୋଷ୍ଟ୍ରକଚର ମେଟେରିଆଲ ବିକସିତ କରିଛି । ଏହି ଡିଭାଇସର ସାହାଯ୍ୟରେ ୫ ଘଣ୍ଟା ଚାର୍ଜ କରିବା ପରେ ବ୍ୟାଟେରୀ ୫୦୦ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାର୍ଜ ଥାଏ ।

ରିପୋର୍ଟ ମୁତାବକ, ଦୁନିଆସାରାରେ ୫ଜି ସ୍ମାର୍ଟଫୋନର ଶିପମେଣ୍ଟ ବର୍ଷ ୨୦୨୧ ପର୍ଯ୍ୟନ୍ତ ୨୫୫% ପର୍ଯ୍ୟନ୍ତ ବଢ଼ିଯିବ । ରିପୋର୍ଟରେ ଦାବି କରାଯାଇଛି କି ୫ଜି ସ୍ମାର୍ଟଫୋନର ଏହି ଅଙ୍କ ୨୦୨୧ ପର୍ଯ୍ୟନ୍ତ ୧୧ କୋଟି ୟୁନିଟକୁ ଛୁଇଁବ । ୫ଜିର ଇନଫ୍ରାଷ୍ଟ୍ରକଚରରେ ଆମେରିକା, ଚୀନ, ଦକ୍ଷିଣ କୋରିଆ ଏବଂ ଜାପାନ ଦୁନିଆର ଅନ୍ୟ ଦେଶ ମାନଙ୍କ ଠାରୁ ଆଗରେ ଅଛନ୍ତି । ଏହି ଦେଶରେ ୫ଜି ଟେକନିକକୁ ନେଇ କାମ ଜାରି ଅଛି । ଆସନ୍ତା ସମୟରେ ୫ଜି ନେଟୱର୍କ ଏବଂ ସ୍ମାର୍ଟଫୋନର ବ୍ୟାପାରରେ ଆମେରିକା, ଚୀନ, ଦକ୍ଷିଣ କୋରିଆ ଏବଂ ଜାପାନ ପ୍ରମୁଖ ଦେଶଗୁଡିକର ସାମିଲ ରହିବେ । ରିପୋର୍ଟ ମୁତାବକ ଏହି ଦେଶଗୁଡିକ ୨୦୧୯ରେ ୫ଜି ସ୍ମାର୍ଟଫୋନର ରୋଲ ଆଉଟକୁ ନେଇ ପ୍ରସ୍ତୁତ ଅଛନ୍ତି ।