ଏମିତି ବନ୍ଧନ ଜଗତେ ନାହିଁ । ୨୧ ବର୍ଷ ହେଲା ପାକିସ୍ତାନ ଜେଲକୁ ରାକ୍ଷୀ ପଠାଉଛନ୍ତି ଭାରତୀୟ ମହିଳା, ପାକିସ୍ତାନ କୋଟ ଲକ୍ଷପତ୍ ଜେଲରେ ବନ୍ଦୀ ରେଖା ଯାଦବଙ୍କ ଭାଇ କୁଲଦୀପ

49

୨୧ ବର୍ଷ ହେଲା ପାକିସ୍ତାନ ଜେଲକୁ ରାକ୍ଷୀ ପଠାଉଛନ୍ତି ଭାରତୀୟ ମହିଳା । କାହାଣୀ ଅହମ୍ମଦାବାଦ ଚନ୍ଦ୍ରଖେଡ଼ା ଅଂଚଳର ରେଖା ଯାଦବଙ୍କର, ଯିଏ ୧୯୯୭ ମସିହାରୁ ନିଜ ଭାଇଙ୍କ ଉଦ୍ଦେଶ୍ୟରେ ପାକିସ୍ତାନ ଜେଲକୁ ରାକ୍ଷୀ ପଠାଉଛନ୍ତି । ରେଖାଙ୍କ ଭାଇ କୁଲଦୀପ ଯାଦବ ୧୯୯୪ ମସିହାରୁ ଗୁପ୍ତଚର ବୃତି ଅଭିଯୋଗରେ ପାକିସ୍ତାନ କୋଟ୍ ଲଖପତ୍ ଜେଲରେ ବନ୍ଦୀ ଅଛନ୍ତି ।

ଏପରିକି କୁଲଦୀପ ଜୀବିତ କି ମୃତ ତା’ର ମଧ୍ୟ ନିର୍ଦ୍ଦିଷ୍ଟ ସୂଚନା ନାହିଁ ରେଖାଙ୍କ ପାଖରେ ତେବେ ପ୍ରତିବର୍ଷ ଆସ୍ଥା ଓ ବିଶ୍ୱାସ ସହ ରେଖା ରାକ୍ଷୀ ପଠାଇ ଆସୁଛନ୍ତି । ଭାଇଙ୍କ ମୁକ୍ତି ଉଦ୍ଦେଶ୍ୟରେ ଏବେ ରେଖାଙ୍କ ପ୍ରତିଟି ରାତି ଅନିଦ୍ରାରେ ବିତୁଛି । ତେବେ ରେଖାଙ୍କର ଏବେ ବି ରାକ୍ଷୀ ଉପରେ ଆସ୍ଥା ରହିଛି ଓ ଦିନେ ନା ଦିନେ ଭାଇ କୁଲଦୀପ ଭାରତ ଫେରିଆସିବେ ବୋଲି ଆଶା ବାନ୍ଧି ବସିଛନ୍ତି ରେଖା ଯାଦବ ।