ରେଳ ଷ୍ଟେସନରେ ଗୀତ ଗାଇ ଚର୍ଚ୍ଚିତ ହେଲେ ଯୁବକ ! ସୋସିଆଲ ମିଡିଆରେ ଭାଇରାଲ ଭିଡିଓ

32

ବେଳେବେଳେ ଲୋକଙ୍କ ଅଜାଣତରେ କିଛି ଘଟିଯାଏ ଯାହା ଜାଣିଲେ ବହୁତ ଖୁସି ହୋଇଥାନ୍ତି ସେମାନେ । ଏହା ଖୁବ୍ ଲୋକପ୍ରିୟ କରିଦେଇଥାଏ ସେମାନଙ୍କୁ । ଏମିତି ଏକ ଘଟଣା ଘଟିଛି ଏକ ରେଳ ଷ୍ଟେସନରେ । ସୈାଭିକ୍ ମୁଖପାଧ୍ୟାୟ ନାମକ ଜଣେ ବ୍ୟକ୍ତି ଗୀତ ଗାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ସାଜିଛି । ଆଉ ଫେସବୁକରେ ୬ମିଲିୟନ୍ ଭିୟୁଜ୍ ମିଳିଛି ଏହି ଭିଡିଓକୁ ।

ଏନଡିଟିଭିରେ ପ୍ରକାଶିତ ସୂଚନା ଅନୁସାରେ , ସୈାଭିକ୍ ମୁଖପାଧ୍ୟାୟ ନାମକ ଯୁବକ ଜଣକ ଟ୍ରେନରେ ଆସନସୋଲ( ୱେଷ୍ଟବେଙ୍ଗଲ)ରୁ ହଲଦ୍ୱାନି( ଉତ୍ତରାଖଣ୍ଡ)ଯାତ୍ରା କରୁଥିଲେ । ଟ୍ରେନଟି ଏକ ଷ୍ଟେସନରେ ରହିଲା , ତାଙ୍କ ବନ୍ଧୁମାନେ ଗୀତ ଗାଇବାକୁ ତାଙ୍କୁ କହିଲେ । ସେ କିନ୍ତୁ ଜାଣିନଥିଲେ ତାଙ୍କ ଗୀତକୁ ରେକର୍ଡ କରାଯାଉଛି । ଖୁସିରେ ସମୟ ଅତିବାହିତ କରିବା ପାଇଁ ବନ୍ଧୁମାନଙ୍କ ଗହଣରେ ସୈାଭିକ୍ ଗାଇଲେ ଅନେକ ହିନ୍ଦି ଫିଲ୍ମର ଗୀତ । ‘ସନ୍ଦେଶେ ଆତେ ହେଁ ’ ଠାରୁ ନେଇ ଅରଜିତ୍ ସିଂହଙ୍କ ହିଟ୍ ଗୀତ ‘ ମୁସ୍କରାନେ କି ୱଜା ହୋ ତୁମ୍ ’ ପରି ଗୀତ ଗାଇଲେ ସୈାଭିକ୍ । ତାଙ୍କ ଗୀତର ସ୍ୱର ଖୁବ୍ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ସେଠାରେ । ପରେ ଯେତେବେଳେ ହଲଦ୍ୱାନି ଷ୍ଟେସନରେ ପହଁଛିଲେ ତାଙ୍କ ସୁପରଭାଇଜର ତାଙ୍କୁ ଜଣାଇଥିଲେ ଏକଥା । ସୈାଭିକଙ୍କର ଏହି ଗୀତ ଗାଇବାର ଦୃଶ୍ୟକୁ ଫେସବୁକରେ ସେୟାର କରାଯାଇଛି ।

ଜୁନ୍୨୧ରେ ସୁନିଲ୍ ସିଂହ ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ଫେସବୁକରେ ସେୟାର କରିଥିଲେ । ଭିଡିଓରେ ଦେଖିବାକୁ ମିଳିଛି ପୂରା ଦମରେ ସୈାଭିକ୍ ଗୀତ ଗାଉଛନ୍ତି । ତାଙ୍କ ଚାରିପଟରେ ଲୋକେ ଘେରିଯାଇ ଗୀତ ଶୁଣିବାରେ ମସଗୁଲ୍ ଅଛନ୍ତି ।