ଏଭଳି ଜଣେ ବ୍ୟକ୍ତି, ଯିଏ ୨୪ଲକ୍ଷ ଶିଶୁଙ୍କୁ ଦେଇଛନ୍ତି ଜୀବନଦାନ ! ତାଙ୍କ ରକ୍ତରେ ରହିଛି ଅବିଶ୍ୱସନୀୟ ଆଣ୍ଟିବାୟୋଟିକ ।

39

ଆଦି ଅନାଦି କାଳରୁ ପୁରାଣଗାଥାରେ ବର୍ଣ୍ଣିତ ଯିଏ ଜନ୍ମ ନେଇଛି ତାହାର ମୃତ୍ୟୁ ସୁନିଶ୍ଚିତ । ଏହି ସତ୍ୟକୁ କେହି କେବେ ଟାଳି ଦେଇ ପାରିବ ନାହିଁ । ହେଲେ ଯେତେବେଳେ କିଏ ମୃତ୍ୟୁ ମୁଖଦେଇ ଗତି କରେ ସେତେବେଳେ ଭଗବାନଙ୍କ ଉପରେ ହିଁ ଆସ୍ଥା ପ୍ରକଟ କରିଥାଏ । ହେଲେ ଜଣେ ବ୍ୟକ୍ତି କିଭଳି ୨୪ ଲକ୍ଷ ପିଲାଙ୍କୁ ଜୀବନଦାନ ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏଭଳି ଅବିଶ୍ୱସନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଅଷ୍ଟ୍ରେଲିଆର ୮୧ ବର୍ଷୀୟ ଜେସ ହାରିସନ ।

ସୂଚନା ମୁତାବକ ହାରିସନଙ୍କ ଶରୀରରେ ଏକ ପ୍ରକାର ବିଶେଷ ରକ୍ତ ପ୍ରବାହ କରୁଛି । ଯାହାକି ସାଧାରଣ ମଣିଷଙ୍କ ପାଖରେ ଦେଖିବାକୁ ମିଳିନଥାଏ । ହାରିସନଙ୍କ ରକ୍ତରେ ଏକ ଖାସ ଆଣ୍ଟିବାୟୋଟିକ୍ ଅଛି ଯାହା ଆଣ୍ଟି-ଡି ଭାବେ ଜଣା । ଏହି ଆଣ୍ଟିବାୟୋଟିକ ବିଶେଷ କରି ମାଆ ଗର୍ଭରେ ଥିବା ପିଲାର ବିଭିନ୍ନ ରୋଗ ପ୍ରତିରୋଧକୁ ନିରାକରଣ କରିବା ପାଇଁ ସହାୟକ ହୋଇଥାଏ । ଗର୍ଭରେ ଥିବା ଶିଶୁଟିର ମସ୍ତିଷ୍କ ରୋଗ ଏବଂ ଅନ୍ୟାନ୍ୟ ରୋଗ ପ୍ରତିରୋଧକ ଭାବେ ଏହି ରକ୍ତ ସହାୟକ ହୁଏ ।

ତେବେ ଅଷ୍ଟ୍ରେଲିଆରେ ହଜାର ହଜାର ଶିଶୁଙ୍କର ଗର୍ଭରେ ଥିବାବେଳେ ମୃତ୍ୟୁ ହୋଇଯାଇଥିବା ଏକ ରିପୋର୍ଟରୁ ଜଣାପଡିଛି । ହେଲେ ଏବେ ସେମାନେ ସୁରକ୍ଷିତ ଏବଂ ରୋଗମୁକ୍ତ ହୋଇ ଜନ୍ମ ଲାଭ କରୁଛନ୍ତି । ତେବେ ହାରିସନ ବର୍ତ୍ତମାନ ପର୍ଯ୍ୟନ୍ତ ୧୨ଶହ ଥର ରକ୍ତଦାନ କରି ଲକ୍ଷାଧିକ ଶିଶୁଙ୍କୁ ଜୀବନଦାନ ଦେଇଛନ୍ତି । ଏକ ରିପୋର୍ଟ ମୁତାବକ ୧୯୬୪ ମସିହାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ହାରିସନଙ୍କ ରକ୍ତରେ ପାଖାପାଖି ୨୪ଲକ୍ଷ ଛୁଆଙ୍କୁ ଜୀବନର ଆଲୋକ ଦେବା ସହ ତାଙ୍କ ପରିବାରକୁ ମଧ୍ୟ ଖୁସି ଦେଇଛନ୍ତି । ଏଭଳି ଆଚମ୍ବିତ କରିଥିବା ବ୍ୟକ୍ତିଙ୍କୁ ଡାକ୍ତରମାନେ ଭଗବାନ ବୋଲି ଆଖ୍ୟା ଦେଉଛନ୍ତି ।