ଗଛରୁ ବାହାରୁଛି ଆଲୋକ ରଶ୍ମି ! ଏମିତି ଏକ ଚମତ୍କାର କରିଦେଖେଇଛନ୍ତି ଇଂଜିନିୟର ଦଳ

87

କେବେ ଭାବିଛନ୍ତି କି ଗଛ ଲତାରୁ ବି ଘର ଓ ସଡକ ହୋଇପାରିବ ଆଲୋକିତ ? ଗଛଲତା ବି ବଲବ ଭଳି କାମ କରିବେ ଏବଂ ଏମାନେ ବି ଆଲୋକ ରଶ୍ମି ପ୍ରଦାନ କରିବେ ? ଏହା କିନ୍ତୁ ସମ୍ଭବ ହୋଇଛି କହିଲେ ଆପଣ ବିଶ୍ୱାସ କରିବେ ନାହିଁ । ହେଲେ ଏମିତି ହୋଇପାରିବ ବୋଲି ପ୍ରକାଶିତ ହୋଇଛି ଅମର ଉଜାଲାରୋ

ମାସାଚୁସେଟ୍ସ ୟୁନିଭର୍ସିଟିରେ କେମିକଲ୍ ଇଂଜିନିୟରିଂର ରିସର୍ଚ୍ଚ କର୍ତ୍ତାଙ୍କ ଦ୍ୱାରା ଏକ ଏମିତି ଗଛ ପ୍ରସ୍ତୁତ କରାଯାଉଛିି , ଯାହା ଆଲୋକ ରଶ୍ମି ପ୍ରଦାନ କରିବ । ମାସାଚୁଟ୍ସ ୟୁନିଭର୍ସିଟିର କେମିକଲ୍ ଇଂଜିନିୟରିଂର ପ୍ରଫେସର ମାଇକଲ୍ ଷ୍ଟ୍ରାନୋ ଓ ତାଙ୍କର ରିସର୍ଚ୍ଚ ଟିମ୍ ଏହି ପ୍ରକାରର ଏକ ପ୍ରୋଜେକ୍ଟରେ କାମ କରୁଛନ୍ତି । ଏହି ପ୍ରକାରର ରଶ୍ମି ଦେଉଥିବା ଗଛ ତିଆରି କରିବା ପାଇଁ ଏହି ଟିମ୍ କିଛି ଛାରପୋକର ସାହାଯ୍ୟ ନେଉଛନ୍ତି । ଏହି ପୋକରୁ ଲୁସିଫେରେସ ନାମକ ଏକ ଏନଂଜାଇମ୍ , ଯେତେବେଳେ ଲୁସିଫେରିନ୍ ନାମକ ଅଣୁର ସଂପର୍କରେ ଆସି ପ୍ରତିକ୍ରିୟା କରେ , ସେତେବେଳେ ରଶ୍ମି ବାହାରିଥାଏ । ଏକ ଅନ୍ୟ ଅଣୁ କୋଏଂଜାଇମ୍ -ଏ ଏହି ପ୍ରକ୍ରିୟା କୁ ସୂଚାରୁ ରୂପେ ଚାଳିବାରେ ସାହାଯ୍ୟ କରିଥାଏ ।

ଏହି ରିସର୍ଚ୍ଚ ଦଳ ଏହି ତିନି ରସାୟନକୁ ବାହାର କରି ଏକ ନାନୋପାର୍ଟିକଲ୍ସ ରେ ପରିବର୍ତ୍ତନ କରିବାକୁ ଚେଷ୍ଟା କଲେ ଏହି ରସାୟନ ଗଛର ପତ୍ରରେ ଜରୁରି ସ୍ଥାନରେ ସଠିକ୍ ମାତ୍ରାରେ ଯେମିତି ପହଁଚିପାରିବ । ଏଥିପାଇଁ ରିସର୍ଚ୍ଚ କର୍ତ୍ତାମାନେ ଏହି ରସାୟନର ମିଶ୍ରଣ ପ୍ରସ୍ତୁତ କରି ଏହି ମିଶ୍ରଣରେ କିଛି ଗଛକୁ ବୁଡାଇଥିଲେ । ପୁଣି ଉଚ୍ଚା ପ୍ରେସର ଦେଲେ । ଯେଉଁଥିରୁ ଏହି ନାନୋପାର୍ଟିକଲ ଷ୍ଟୋମାଟା ( ପତ୍ରର ତଳ ଭାଗରେ ଥିବା ଛିଦ୍ର) ଜରିଆରେ ଗଛରେ ଲାଗିଗଲା । ଲୁସିଫେରିନ୍ ଓ ଅନ୍ୟ ରସାୟନର ସଂପର୍କରେ ଆସିବା ପରେ ରସାୟନିକ ପ୍ରକ୍ରିୟା ହେଲା ଏବଂ ଧିମା ରଶ୍ମି ପତ୍ରରୁ ବାହାରିବା ନଜର ଆସିଲା ।

ପ୍ରଥମଥର ଏହି ରଶ୍ମି କେବଳ ୪୫ ମିନିଟ୍ ଯାଏ ଦେଖିବାକୁ ମିଳିଥିଲା । ପରେ ରିସର୍ଚ୍ଚ କର୍ତ୍ତା ଏହାକୁ ସାଢେ ତିନି ଘଂଟା ଯାଏ ଜଳାଇ ରଖିବାରେ ସକ୍ଷମ ହୋଇଥିଲେ । ଯଦିଓ ଏଥିରେ ରଶ୍ମି କମ୍ ଥିଲା , କିନ୍ତୁ ଏହା ମନେହେଲା କି ଭବିଷ୍ୟତରେ ଏମାନେ ଅଧିକ ସମୟ ରଶ୍ମି ଦେଉଥିବା ଗଛ ତିଆରି କରିବାରେ ସଫଳ ହେବେ ।

( ସୌଜନ -ଅମର ଉଜାଲା )