ଏମିତି ବି ମେଣ୍ଟାଯାଏ ସଉକ ! ଗାଧୋଇବାରେ ଏହି ମହିଳା ଖର୍ଚ୍ଚ କରନ୍ତି ୧ କୋଟି ଟଙ୍କା । ଦେଶ ବିଦେଶସ୍ପେଶାଲ୍ ରିପୋର୍ଟ By Mukesh Sahu On Jun 1, 2018 - 8:44 PM image courtesy - http://www.wisegeek.com 30 Share ଦୁନିଆରେ ଏପରି କିଛି ଲୋକ ଅଛନ୍ତି , ଯେଉଁମାନେ ନିଜର ଇଛା ଏବଂ ସଉକକୁ ପୁରା କରିବା ପାଇଁ ବେଳେ ବେଳେ ଏପରି କିଛି କରିଥାନ୍ତି ଯାହା ସାଧାରଣ ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସେହିପରି ଏକ ମହିଳା ନିଜର ସଉକ ପୁରା କରିବା ପାଇଁ ଏପରି କିଛି କରୁଛନ୍ତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । Kanak News is now on WhatsApp Join and get latest news updates delivered to you via WhatsApp Join Now ପାକିସ୍ତାନରେ ରହୁଥିବା ବ୍ରିଟିସ ଅରବପତି ମହମ୍ମଦ ଜହୁରଙ୍କ ଏକମାତ୍ର ପତ୍ନୀ କମାଲିଆ ଜୁହର ନିଜର ସଉକୁ ପୁରା କରିବା ପାଇଁ ପ୍ରତିଦିନ ସାମ୍ପେନରେ ସ୍ନାନ କରନ୍ତି । ଖବର ମୁତାବକ କମାଲିଆ ଯେଉଁ ସାମ୍ପେନରେ ଗାଧାନ୍ତି ତାର ଗୋଟିଏ ବୋତଲର ମୂଲ୍ୟ ୫୦୦ ଟଙ୍କା । ଦିନକୁ ଗୋଟେଥର ଗାଧୋଇବା ପାଇଁ କମାଲିଆ ପ୍ରାୟ ୨୦ ରୁ ୩୦ ଟି ବୋତଲ ବ୍ୟବହାର କରିଥାନ୍ତି । ଏଥିସହିତ କମାଲିଆ ଗାଧୋଇବା ବେଳେ ତାଙ୍କର ସେବା କରିବା ପାଇଁ, ୨୦ ରୁ ୨୨ ଜଣିଆ ଏକ ଟିମ ସେଠାରେ ଉପସ୍ଥିତ ରହିଥାନ୍ତି । ଏହି ସମସ୍ତ ଖର୍ଚ୍ଚକୁ ଯଦି ମିଶାଇ ଦିଆଯାଏ ତେବେ କମାଲିଙ୍କ ଗାଧୋଇବାରେ ମାସକୁ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ସେତିକିରେ ବି କମାଲିଆଙ୍କ ସଉକ ପୁରା ହୋଇନାହିଁ । କମାଲିଆ ହୀରାରେ ସଜ୍ଜିତ ହୋଇଥିବା ହାତ ଘଣ୍ଟା ବ୍ୟବହାର କରିବା ସହିତ ତାଙ୍କ ପାଖରେ ୧୦ ଟି ବଙ୍ଗଳା, ଗୋଟେ ପ୍ରାଇଭେଟ ଜେଟ୍, ଏବଂ ୫ ମିଲିୟନ “ୟୁରୋ”ର ଗୋଟେ ୟାର୍ଟ ମଧ୍ୟ ରହିଛି । ଏହାକୁ ଛାଡି କମାଲିଆ ବ୍ୟବହାର କରୁଥିବା ଚଷମାର ମୂଲ୍ୟ ୪ ଲକ୍ଷ ଟଙ୍କା ହୋଇଥିବା ବେଳେ ଗୋଟେ ହେଡବ୍ୟାଣ୍ଡର ଦାମ ୯୦ ଲକ୍ଷ ଟଙ୍କା ରହିଛି । 30 Share FacebookTwitterGoogle+WhatsAppTelegramEmailPrint