ଫାଶୀଖୁଣ୍ଟରେ ଝୁଲାଇବା ପୂର୍ବରୁ ଦୋଷୀ କାନରେ କ’ଣ କହିଥାଏ ଜହ୍ଲାଦ୍ ! ଜାଣିଛନ୍ତି କି ?

909

ଆପଣ ନିିଶ୍ଚିତ ଜାଣିଥିବେ ଯେ ଯଦି କୌଣସି ଦୋଷୀକୁ ଫାଶୀଦଣ୍ଡର ରାୟ ଶୁଣାଯାଏ ତେବେ ଫାଶୀ ଦେବା ପୂର୍ବରୁ କିଛି ଔପଚାରିକତା ଥାଏ ଯାହାକୁ ପୂରଣ କରିସାରିବା ପରେ ହିଁ ଦୋଷୀକୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଏ । ଫାଶୀଖୁଣ୍ଟରେ ଝୁଲାଇବାର ବି କିଛି ନିୟମ ରହିଥାଏ । ଯେଭଳି ଫାଶୀ ସବୁବେଳେ ସକାଳ ସମୟରେ ହିଁ ଦିଆଯାଏ ଏବଂ ଫାଶୀ ଦେବା ପୂର୍ବରୁ ଦୋଷୀ କାନରେ ଜହ୍ଲାଦ୍ କିଛି କହିଥାଏ ଏବଂ ଏହାପରେ ଦୋଷୀକୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଏ । ତେବେ ଆପଣଙ୍କ ମଧ୍ୟରୁ ବହୁତ ଲୋକ ଏହା ଜାଣିନଥିବେ ଜହ୍ଲାଦ୍ ଫାଶୀ ପାଉଥିବା ଲୋକ କାନରେ କ’ଣ କହିଥାଏ? ଯଦି ଆପଣ ମଧ୍ୟ ଏହି ବିଷୟରେ ଜ୍ଞାତ ନଥିବେ ତେବେ ଜାଣିରଖନ୍ତୁ ।

ଫାଶୀ ପୂର୍ବରୁ ଜହ୍ଲାଦ୍ ଦୋଷୀ କାନରେ କହିଥାଏ ଏହି କଥା :

ଫାଶୀ ପୂର୍ବରୁ ଜହ୍ଲାଦ୍ ଦୋଷୀ କାନରେ କ୍ଷମା ମାଗି କହିଥାଏ ଯେ “ ମୋତେ କ୍ଷମା କରିଦିଅ, ମୁଁ ନିରୂପାୟ ଅଟେ ।” ଏବଂ ଏହାପରେ ଅପରାଧିକୁ ଜହ୍ଲାଦ୍ ଫାଶୀଖୁଣ୍ଟରେ ଝୁଲାଇ ଦିଏ । ଯଦି ଦୋଷୀ ଜଣକ ହିନ୍ଦୁ ହୋଇଥାଏ ତେବେ ଜହ୍ଲାଦ୍ କାନରେ ରାମ ରାମ ଏବଂ ମୁସଲମାନ୍ ହୋଇଥିଲେ ଅନ୍ତିମ “ସଲାମ୍” କହିଥାଏ । ଏହାସହ , ସରକାରଙ୍କ ମୁଁ ଗୁଲାମ୍ ଏବଂ ଆପଣଙ୍କ ପାଇଁ ମୁଁ କିଛି କରିପାରୁନାହିଁ ବୋଲି ମଧ୍ୟ ଜହ୍ଲାଦ୍ କହିଥାଏ ।

ପ୍ରାତଃ ସମୟରେ କାହିଁକି ଦିଆଯାଏ ଫାଶୀ ?

କୁହାଯାଏ ଯେ ଫାଶୀର ସମୟ ପ୍ରାତଃରେ ହୋଇଥାଏ କାରଣ ଜେଲର ମେନ୍ୟୁଅଲ୍ ଅନୁସାରେ ଜେଲର ସବୁ କାମ ସୂର୍ଯ୍ୟୋଦୟ ପରେ ହିଁ ହୋଇଥାଏ । ଫାଶୀ କାରଣରୁ ଜେଲର ଅନ୍ୟ କୌଣସି କାମ ଯେଭଳି ପ୍ରଭାବିତ ନହେବ ସେଥିପାଇଁ ଏଭଳି କରାଯାଏ ।