‘ସରାହ’ ଆପ୍ ନାମରେ ଚାଲିଛି ଦୁର୍ନୀତି ! ଏଣୁ ଏହାକୁ ବ୍ୟବହାର କରିବା ପୂର୍ବରୁ ସାବଧାନ ହୁଅନ୍ତୁ

33

ଆପଣ ଏବେ ‘ସରାହ’ ଆପ୍ ବିଷୟରେ ଅବଗତ ହୋଇସାରିଥିବେ । ଏହି ଆପ୍ ର ଅଫିସିଆଲ୍ ୱେବସାଇଟର ଟିପ୍ପଣୀ ଏୟା ଯେ ଏହି ସେଲ୍ଫ ଡେଭଲପମେଂଟ ପାଇଁ ତିଆରି ହୋଇଛି । ଯଦି ଆପଣ ନିଜର ସୋସିଆଲ୍ ମିଡିଆ ପ୍ରୋଫାଇଲ୍ ରେ ଆକ୍ଟିଭ୍ ଅଛନ୍ତି , ତ ନ୍ୟୁଜ୍ ଫିଡ୍ ଦେଖିଲେ ଜାଣିପାରିବେ ଲୋକେ ଏହି ଆପ୍ ର କେମିତି ମଜା ନେଉଛନ୍ତି । ଗୋଟେପଟେ ଲୋକେ ମଜାଦାର୍ ମେସେଜ୍ ସେୟାର କରୁଥିବା ବେଳେ , ଅନ୍ୟପଟେ ଲୋକେ ନକରାତ୍ମକ ଟିପ୍ପଣୀରେ ସମସ୍ୟାରେ ପଡୁଛନ୍ତି ।

ଏହି ‘ସରାହ’ ଆପରେ ଯାଉଥିବା ମେସେଜରେ ବ୍ୟକ୍ତିର ନାମ ଗୋପନ ରହିଥାଏ । ଫଳରେ ଏହା ବିଷୟରେ ଜାଣିବାକୁ ଆଗ୍ରହ ଆହୁରି ବଢିଯାଏ ଅନାମଧେୟ ମେସେଜ ପଢିବା ବେଳେ । ଏହି ଆଗ୍ରହର ଫାଇଦା ଉଠାଉଛନ୍ତି ସେହି ଲୋକ ,ଯିଏ ଆପଣଙ୍କୁ ଏହି ପ୍ରକାରର ମେସେଜ ପଠାଉଛନ୍ତି । ଏଣୁ କୁହାଯାଉଛି ଏ ଭଳି ମେସେଜର ମାୟାରେ ନପଡିବା ପାଇଁ । କାରଣ ଏହା ଫେକ୍ ଅଟେ । ଏହି ଆପ୍ ଜରିଆରେ ଜଣେ ଅନ୍ୟର ପରିଚୟ ନଜାଣି ମେସେଜ ପଠାଇବା ଓ ଗ୍ରହଣ କରିବାର ପ୍ଲାଟଫର୍ମ ଅଟେ । ଏହାଦ୍ୱାରା ଆପଣଙ୍କ ସବୁ ତଥ୍ୟ ଏନକ୍ରିପଟେଡ୍ ହୋଇଥାଏ । ଏହି ନକଲି ୱେବସାଇଟ୍ ଏହି ଆପ୍ ର ଲୋକପ୍ରିୟତାରୁ ଅର୍ଥ ଉପାର୍ଜନ ପାଇଁ ପ୍ରୟାସ କରୁଛି । ଯେତେବେଳେ ଆପଣ ଏହି ୱେବସାଇଟରେ ଭିଜିଟ୍ କରିବେ ତ ଆପଣଙ୍କୁ ଲାଗିବ କିଛି ବି ନକଲ ନୁହେଁ । ଏଥିରେ କିଛି ରିୟଲ ଟାଇମ୍ କମେଣ୍ଟ ବି ଥାଏ ।

ଏକ କୋଠରୀ ଏମିତି ଅଛି ଯେ, ଆପଣ ଯେଉଁଠି ନିଜର ୟୁଜର ନେମ୍ ଟାଇପ୍ କରି ‘ଫାଇଡ୍ ସେଣ୍ଡର’ ଟ୍ୟାବ୍ କୁ ଟ୍ୟାପ୍ କରିବାକୁ ପଡିଥାଏ । ଏହା ଆପଣଙ୍କୁ ଏକ ସର୍ଭେ ପୂରଣ କରିବାକୁ ରିଡାଇରେକ୍ଟ କରିଥାଏ । ଏଥିରେ ଆପଣଙ୍କୁ କିଛି ପ୍ରଶ୍ନର ଉତ୍ତର ଦେବାକୁ ହୁଏ । କିନ୍ତୁ ଏହି ପୁରା ପ୍ରକ୍ରିୟା ପରେ ଆପଣଙ୍କ ହାତ କିଛି ବି ଲାଗିବ ନାହିଁ । ଏହା କେବଳ କ୍ଲିକ୍ ସଂଗ୍ରହ କରିବାର ଏକ ଦୁର୍ନୀତି ପ୍ରକ୍ରିୟା ଅଟେ । ଏହାଦ୍ୱାରା ୱେବସାଇଟ୍ ତିଆରି କରୁଥିବା ବ୍ୟକ୍ତିକୁ ଯେତେ ସଂଖ୍ୟକ କ୍ଲିକ୍ ମିଳିବ, ସେତେ ତାଙ୍କର ଅର୍ଥ ଆୟ ହେବ । ସରାହ ସ୍ପାୟର ନାମର ଆଉ ଏକ ୱେବସାଇଟ୍ ମଧ୍ୟ ଅଛି । ଯାହା ଏହିଭଳି କାମ କରୁଛି । ଏଣୁ ଆପଣ ଚାହିଁଲେ ଏହାକୁ ବ୍ୟବହାର କରିପାରନ୍ତି ନଚେତ୍ ଦୂରେଇ ଦେଇ ପାରନ୍ତି । କାରଣ ଏଥିରେ ଆପଣଙ୍କର କିଛି ଲାଭ ହୋଇନଥାଏ । (ସୌଜନ୍ୟ-ନବଭାରତ ଟାଇମ୍ସ)