ବିଶ୍ୱର ରହିଛି କିଛି ଏଭଳି ରେଷ୍ଟୁରାଣ୍ଟ୍ ଯାହା ଅନ୍ୟ ରେଷ୍ଟୁରାଣ୍ଟ୍ ଠାରୁ ସମ୍ପୁର୍ଣ୍ଣ ଅଲଗା ! କେଉଁଠି ରହିଛି ଏହି ରେଷ୍ଟୁରାଣ୍ଟ ଆସନ୍ତୁ ଜାଣିବା ।

28

ସୁସ୍ୱାଦୁ ଖାଦ୍ୟ ସମସ୍ତଙ୍କର ପସନ୍ଦ । ସେଥିପାଇଁ ଯଦି କେବେ ଆମେ ବାହାରକୁ ବୁଲିବାକୁ ଯାଉ ତେବେ ପ୍ରଥମେ ଖାଇବା ପାଇଁ ଗୋଟିଏ ଭଲ ହୋଟେଲ ସନ୍ଧାନ କରିଥାଉଁ ଏବଂ ଏଥିସହିତ ଉକ୍ତ ହୋଟେଲରେ ସମସ୍ତ ସୁବିଧା ଉପଲବ୍ଧ ରହିଛି କି ନାହିଁ ସେଥିପ୍ରତି ବି ଧ୍ୟାନ ଦେଇଥାଉ । ଆଜି ଆମେ ଆପଣଙ୍କୁ କିଛି ଏଭଳି ହୋଟେଲ ବିଷୟରେ କହିବାକୁ ଯାଉଛୁ, ଯାହାର ଖାଦ୍ୟ ପରିବେଶଷ କରିବାର ପ୍ରକ୍ରିୟା ବାକି ହୋଟେଲମାନଙ୍କଠାରୁ ବେଶ୍ ଭିନ୍ନ ଅଟେ । ଯଦି ଆପଣ କେଉଁଆଡେ ବୁଲିବା ପାଇଁ ପ୍ଲାନ କରିଛନ୍ତି ତେବେ ଏହି ରେଷ୍ଟୁରାଂଟରେ ଖାଇବାକୁ ବିଲକୁଲ ଭୁଲନ୍ତୁ ନାହିଁ ।

• ତେପଇସ୍ଥିତ ଏସ ମ୍ୟୁଜିକ ରେଷ୍ଟୁରାଂଟରେ ନର୍ସଙ୍କ ଭଳି ପୋଷାକ ପରିଧାନ କରି ମହିଳା ୱେଟର୍ସ ଖାଦ୍ୟ ପରଷନ୍ତି ଏବଂ ଏମାନଙ୍କର ଖାଦ୍ୟ ପରଷିବା ଜରିଆ ମଧ୍ୟ କିଛି ଭିନ୍ନ ଧରଣର ।

• ମୋସ୍କୋରେ ଏକ ରେସ୍ତୋରାଁ ମଧ୍ୟ ଏଭଳି ରହିଛି, ଯେଉଁଠାରେ କାମ କରୁଥିବା ୱେଟର୍ସ ଜାଆଁଳା ଅଟନ୍ତି । ଏହି ଜାଆଁଳା ଭଉଣୀ ୱେଟର୍ସଙ୍କୁ ଦେଖିବାଲାଗି ଏହି ରେସ୍ତୋରାଁରେ ଲୋକଙ୍କ ଭିଡ ଲାଗିଥାଏ ।

• ଚିନରେ ମଧ୍ୟ ଏଭଳି ଏକ ରେସ୍ତୋରାଁ ରହିଛି, ଯାହାର ଥିମ ଏବଂ ଲୁକ୍ ଜେଲ ଭଳି ହୋଇଛି । ଲୋକମାନେ ଏହି ଜେଲ ମଧ୍ୟରେ ବସି ଖାଦ୍ୟକୁ ଉପଭୋଗ କରିଥା’ନ୍ତି ।

• ପ୍ରସିଦ୍ଧ ହଲିଉଡର ଓପାକ୍ୟୁ କ୍ୟାଫେରେ ଅନ୍ଧାର କରି ଲୋକମାନଙ୍କୁ ଖାଦ୍ୟ ପରଷା ଯାଇଥାଏ । ଖାସ କଥା ହେଉଛି ନେତ୍ରହୀନ ୱେଟର୍ସଙ୍କ ଦ୍ୱାରା ଏଠାରେ ଖାଦ୍ୟ ପରଷା ଯାଇଥାଏ ।

• ଟୋକିଓରେ ଏପରି ଏକ ରେସ୍ତୋରାଁ ରହିଛି ଯେଉଁଠାରେ ପୁରୁଷମାନେ ମହିଳାମାନଙ୍କ ପୋଷାକ ପରିଧାନ କରି ଅତିଥିମାନଙ୍କୁ ଖାଦ୍ୟ ପରଷନ୍ତି ।