କମ୍ ବୟସରେ ଇଂଜିନିୟରିଂ କରି ଚମକାଇ ଦେଲେ ଭାରତୀୟ ବଂଶୋଦ୍ଭବ : ଆମେରିକାର ବିସ୍ମୟ ବାଳକ ତନିସ୍କ ଆବ୍ରାହମଙ୍କୁ ନେଇ ଚର୍ଚ୍ଚା

37

୧୪ ବର୍ଷରେ ଇଂଜିନିୟର । ଯେଉଁ ବୟସରେ ଅତି ବେଶୀରେ ଦଶମ ଶ୍ରେଣୀରେ ପାଠ ପଢିବା କଥା ସେହି ବୟସରେ ସେ ହାସଲ କରିଛନ୍ତି ଇଂଜିନିୟରିଂ ଡିଗ୍ରୀ । ୧୪ ବର୍ଷର ଏହି ବିସ୍ମୟ ବାଳକ ହେଉଛନ୍ତି ଆମେରିକାର ତନିସ୍କ ଆବ୍ରାହମ୍ । ତେବେ ବଡ କଥା ହେଉଛି ତନିସ୍କ ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । ମାତ୍ର ୧୪ ବର୍ଷରେ ବାୟୋମେଡିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରି ନିଜ ଏକାଡେମିକ୍ କ୍ୟାରିୟରର ଆଉ ଏକ ମାଇଲଷ୍ଟୋନ୍ ହାସଲ କରିଛନ୍ତି ତନିସ୍କ ।

ଫାଦର୍ସ ଡେ ଅବସରରେ ନିଜ ଡିଗ୍ରୀ ସାର୍ଟିଫିକେଟ୍ ଗ୍ରହଣ କରିଥିବା ତନିସ୍କ ନିକଟରେ ୧୫ ବର୍ଷରେ ପାଦ ଥାପିଛନ୍ତି । ଆମେରିକାର ୟୁସି ଡେଭିସ୍ ମେଡିକାଲ ସେଂଟରରୁ ମାତ୍ର ୧୨ ବର୍ଷରେ ବାୟୋମେଡିକାଲ ଇଂଜିନିୟରିଂରେ ଆଡମିଶନ୍ ନେଇଥିବା ଏହି ଭାରତୀୟ ବଂଶୋଦ୍ଭବ ଛାତ୍ର ଜଣକ ୧୪ ବର୍ଷରେ ଡିଗ୍ରୀ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ତେବେ ମାତ୍ର ୧୧ ବର୍ଷ ବୟସରେ ଗ୍ରାଜୁଏଟ୍ ହୋଇ ତନିସ୍କ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ । ୩ ବର୍ଷ ତଳେ କାଲିଫର୍ଣ୍ଣିଆ କମ୍ୟୁନିଟି କଲେଜରୁ ସେ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରି ନିଜ ଅନନ୍ୟ ପ୍ରତିଭାର ପରିଚୟ ଦେଇଥିଲେ । ତନିସ୍କଙ୍କ ବାପା ଜଣେ ସଫ୍ଟୱେର ଇଞ୍ଜିନିୟର ହୋଇଥିବା ବେଳେ ମା’ ଜଣେ ଭେଟେନାରୀ ଡକ୍ଟର ।