ବୈଜ୍ଞାନିକ ତିଆରି କଲେ ନୂଆ ‘ହେଲମେଟ୍’ : ମୁଣ୍ଡକୁ ସୁରକ୍ଷା ଦେବା ସହ ରଖିବ ଥଣ୍ଡା

38

ଗରମ ଦିନରେ ମୁଣ୍ଡକୁ ସୁରକ୍ଷା ଦେବା ପାଇଁ ଦୁଇ ଚକିଆ ବାହାନର ଚାଳକ ହେଲମେଟ୍ ତ ପିନ୍ଧନ୍ତି, କିନ୍ତୁ ଝାଳରେ ତାଙ୍କ ଅବସ୍ଥା ଖରାପ ହୋଇଯାଏ । ଏହି କାରଣରୁ ଅଧିକାଂଶ ଲୋକ ଗରମ ଦିନରେ ହେଲମେଟ୍ ପିନ୍ଧିବାକୁ ପସନ୍ଦ କରନ୍ତିନି । ଏହି ସମସ୍ୟାର ସମାଧାନ ବାହର କରିଛନ୍ତି ଏମିଟି ର ବୈଜ୍ଞାନିକମାନେ । ସେମାନେ ଏକ ଏମିତି ପ୍ୟାଡ ତିଆରି କରିଛନ୍ତି, ଯଦ୍ୱାରା ହେଲମେଟ୍ ର ତାପମାତ୍ରା ଶରୀରର ତାପମାତ୍ରା ସହିତ ସମାନ ହୋଇଯାଇଥାଏ ତଥା ଗରମ ଓ ଝାଳରୁ ଆଶ୍ୱସ୍ଥି ମିଳିଥାଏ । ଏହି ପ୍ୟାଡକୁ ସହଜରେ ହେଲମେଟ୍ ତଳେ ରଖାଯାଇପାରିବ ।

ଏହି ହେଲମେଟ୍ ର ଉଦ୍ଭାବକ ହେଉଛନ୍ତି ଏମିଟି ଇଂଷ୍ଟିଚ୍ୟୁଟ ଅଫ୍ ଆଡଭାନ୍ସ ରିସର୍ଚ୍ଚ ଆଣ୍ଡ ଷ୍ଟଡିଜ୍ ର ବୈଜ୍ଞାନିକ ପ୍ରୋ. ବିକେ ଜୈନ । ସେ କହିଲେ କି ଅଧିକାଂଶ ସମୟରେ ଦେଖିବାକୁ ମିଳେ କି ଦୁଇ ଚକିଆ ବାହାନର ଚାଳକ ଗରମ ଦିନରେ ହେଲମେଟ୍ ପିନ୍ଧିବାକୁ କୁଣ୍ଠାବୋଧ କରନ୍ତି , ସେଥିପାଇଁ ତାଙ୍କ ମୁଣ୍ଡରେ ବିଚାର ଆସିଲା ଏମିତି ଏକ ହେଲମେଟ୍ ତିଆରି କରିବା ପାଇଁ, ଯାହା ଗରମରେ ଆଶ୍ୱସ୍ଥି ପ୍ରଦାନ କରିବ । ଏହି ପ୍ୟାଡକୁ ହେଲମେଟ୍ ଭିତରେ ଦୁୂଇଟି ସ୍ତର ମଧ୍ୟରେ ରଖାଯାଏ । ଏହା ଦ୍ୱାରା ହେଲମେଟ୍ ର ତାପମାତ୍ରା ଶରୀରର ତାପମାତ୍ରା ସହ ସମାନ ହୋଇଯାଇଥାଏ ।

ପ୍ୟାଡରେ ଫେସ୍ ଚେଂଜ ନାନୋ କମ୍ପୋଜିଟ୍ ପଦାର୍ଥର ବ୍ୟବହାର କରାଯାଇଛି । ଏହି ପଦାର୍ଥ ୪୫ରୁ ୪୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ବି ପ୍ରଭାବଶାଳୀ କାମ କରେ । ଏହା ବ୍ୟବହାର କରିବାର ଦୁଇ ଘଣ୍ଟା ପର୍ଯ୍ୟନ୍ତ କାମ କରେ ତା’ ପରେ ତରଳ ପଦାର୍ଥରେ ପରିବର୍ତ୍ତିତ ହୋଇଯାଏ । ବିଶେଷ କଥା ଏହା ଯେ, ବ୍ୟବହାର ପରେ ଏହି ପ୍ୟାଡକୁ ବଦଳାଇବାର ଆବଶ୍ୟକତା ନାହିଁ । ହେଲମେଟ୍ କୁ ଛାଇ ତଳେ ଅଧା ଘଣ୍ଟା ରଖିଲେ ତାହା କଠିନ ହୋଇଯାଏ । ଏହାଦ୍ୱାରା ସମୟ ଓ ଖର୍ଚ୍ଚ ଉଭୟ କମିଯାଏ । ଏହି ପଦାର୍ଥ ଶରୀର ପାଇଁ ସମ୍ପୁର୍ଣ୍ଣ ରୂପେ ଅନୁକୂଳ । ଏହାକୁ କେବଳ ପ୍ରୟୋଗ ହିସାବରେ ତିଆରି କରାଯାଇଛି । କୈାଣସି କମ୍ପାନୀ ଏହାର ବ୍ୟବହାରିକ କ୍ଷମତାକୁ ବଢ଼ାଇପାରିବ । ଅର୍ଥାତ୍ ଏହାକୁ ଦୁଇ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ । ଏହା ସୈନିକ ଓ ଶ୍ରମିକଙ୍କ ପାଇଁ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେବ ।