ଉଦାହରଣ ପାଲଟିଛନ୍ତି ଅଞ୍ଜଳୀ ! ଦିବ୍ୟାଙ୍ଗ ହୋଇ ମଧ୍ୟ ମାନି ନାହାନ୍ତି ହାର୍, ପୁଅକୁ ସେନାରେ ଭର୍ତ୍ତି କରିବା ପାଇଁ ଚଲାଉଛନ୍ତି ଇ-ରିକ୍ସା ।

ପୁଅକୁ ସେନାରେ ଭର୍ତ୍ତି କରିବା ପାଇଁ ଦିବ୍ୟାଙ୍ଗ ମା’ ଏବେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛି ।

121

ପୁଅକୁ ସେନାରେ ଭର୍ତ୍ତି କରିବା ପାଇଁ ଦିବ୍ୟାଙ୍ଗ ମା’ ଏବେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛି । ଏହି ସଂଘର୍ସର କାହାଣୀ ସେଇ ମା’ର ଯାହାର ଦୁଇ ଗୋଡ ଦିବ୍ୟାଙ୍ଗ । ଏହି ମହାନ ମହିଳା ଜଣକ ଠିକ ଭାବେ ଚାଲିପାରୁନଥିଲେ ମଧ୍ୟ ସେ କାହା ଉପରେ ବୋଝ ହୋଇନାହାଁନ୍ତି । ଇ-ରିକ୍ସା ଚଲାଇ ନିଜ ପରିବାର ପୋଷଣ କରିବା ସହ ପୁଅକୁ ସେନାରେ ଭର୍ତ୍ତି କରିବା ପାଇଁ ଭରପୁର ଚେଷ୍ଟା କରୁଛନ୍ତି ।

ରାୟପୁର ଠାରୁ ପ୍ରାୟ ୧୦ କିଲୋମିଟର ଦୁରରେ ଅବସ୍ଥିତ ସେଜବାହାର ଅଞ୍ଚଳରେ ବାସ କରୁଥିବା ଅଞ୍ଜଳି ତିୱାରୀ ଜନ୍ମରୁ ଦିବ୍ୟାଙ୍ଗ । ଅଞ୍ଜଳୀଙ୍କ ବୟସ ବଢିବା ସହ ତାଙ୍କର ବିବାହ ହୋଇଥିଲା । ବିବାହର କିଛିଦିନ ପରେ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା । ବେଶ ହସଖୁସିରେ ପରିବାର ଚଳୁଥିବା ବେଳେ ଅଚାନକ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା । ଧିରେ ଧିରେ ତାଙ୍କ ଶରୀରର ୮୦ ପ୍ରତିଶତ ଅଙ୍ଗ କାମ କରିବା ବନ୍ଦ କରିଦେଲା । ଏହା ପରେ ଅଞ୍ଜଳୀଙ୍କ ସ୍ୱାମୀ ଚଲାବୁଲା ନକରିପାରିବାରୁ ବାହାରକୁ ଯିବା ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା । ସ୍ୱାମୀଙ୍କୁ ଚିକିତ୍ସା କରିବାରେ ପ୍ରତି ମାସରେ ହଜାର ହଜାର ଟଙ୍କାର ଖର୍ଚ୍ଚ ଦେବାକୁ ପଡୁଥିଲା । ଯହା ଅଞ୍ଜଳୀଙ୍କ ପାଖେ ସମ୍ଭବ ନଥିଲା । ତେଣୁ ନିଜ ପୁଅ ଏବଂ ସ୍ୱାମୀଙ୍କୁ ଖର୍ଚ୍ଚ ଉଠାଇବା ପାଇଁ ଅଞ୍ଜଳୀ ଘରୁ ପାଦ କାଢିଥିଲେ । ପାଖରେ ଥିବା ସବୁ ପୁଞ୍ଜିକୁ ବାହାର କରି ସେ ଏକ ଇ-ରିକ୍ସା କିଣିଲେ । ଏବେ ସେ ଦୈନିକ ୮ଶହରୁ ୧ହଜାର ଟଙ୍କା ରୋଜଗାର କରିବାରେ ସକ୍ଷମ ହେଉଛନ୍ତି । ପ୍ରତିଦିନ ରୋଜଗାରର ଟଙ୍କାରୁ ୩ଶହ ଟଙ୍କା ପୁଅ ପାଇଁ ଏବଂ ବାକି ଟଙ୍କାରେ ସ୍ୱାମୀଙ୍କ ଚିକିତ୍ସା କରିବା ସହ ପରିବାର ପୋଷଣ କରୁଛନ୍ତି ।