ଗିନିଜ୍ ବୁକ୍ ଅଫ ଓ୍ଵାର୍ଲଡ ରେକର୍ଡ ଭାଙ୍ଗିପାରେ ଦୁନିଆର ଏହି ଯୌଥ ପରିବାର : ୮୭ ବର୍ଷୀୟ ପାୱେଲଙ୍କ ଘରେ ୩୪୬ ସଦସ୍ୟ

181

ଆଜିକାଲି ଦୁନିଆରେ ଯୌଥ ପରିବାରର ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । କିନ୍ତୁ ଏହି ସମୟରେ ଜଣେ ବ୍ୟକ୍ତିଙ୍କ ପରିବାରରେ ୩୪୬ ସଦସ୍ୟ ଏକା ସାଙ୍ଗରେ ରହିବା ନିଶ୍ଚିତ ଭାବେ ବିସ୍ମୟର ବିଷୟ । ୟୁକ୍ରେନର ବାସିନ୍ଦା ଏହି ପରିବାରର ମୁଖିଆଙ୍କ କହିବା କଥା ହେଲା, ତାଙ୍କ ପରିବାର ଗିନିଜ୍ ବୁକ୍ ଅଫ୍ ଓ୍ଵାର୍ଳ୍ଡ ରେକର୍ଡରେ ସ୍ଥାନ ପାଇବା ଦରକାର । ଏହି ବ୍ୟକ୍ତିଙ୍କ ନାମ ହେଉଛି ପାୱେଲ ସେମେନୟୁକ୍ ଯୋକି, ତାଙ୍କ ବୟସ ୮୭ ବର୍ଷ । ତାଙ୍କ କହିବା କଥା ହେଲା, ସେ ସବୁବେଳେ ଚାହୁଁଥିଲେ ତାଙ୍କର ଏକ ବଡ଼ ପରିବାର ହେଉ, ସେ ବହୁତ ଖୁସି ଅଛନ୍ତି କି ତାଙ୍କ ପତ୍ନୀ ୧୩ଟି ପିଲାଙ୍କୁ ଜନ୍ମ ଦେଇଛନ୍ତି ।

୧୩ ଜଣ ପିଲାଙ୍କ ବାହାଘର ଓ ନାତି-ନାତୁଣୀଙ୍କ ଜନ୍ମ ପରେ ସେମେନୟୁକ ପରିବାରରେ ଏବେ ସମୁଦାୟ ୩୪୬ ଜଣ ସଦସ୍ୟ ଅଛନ୍ତି, ସବୁଠୁ ଛୋଟ ସଦସ୍ୟ ବର୍ତ୍ତମାନ ମାତ୍ର ୨ ସପ୍ତାହର । ଏହି ପରିବାର ସାଉଥ ୟୁକ୍ରେନର ଡବ୍ରୋସ୍ଲାଭ ଗ୍ରାମରେ ରହନ୍ତି । ପାୱେଲ କହନ୍ତି ମୁଁ ୧୩ ଜଣ ପିଲାଙ୍କ ବାପା ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ କରେ । ଏବେ ତାଙ୍କର ୧୨୭ ଜଣ ନାତି-ନାତୁଣୀ ଓ ୨୦୩ ଜଣ ଅଣ ନାତି-ନାତୁଣୀ ଓ ୩ ଜଣ ଅଣ ଅଣ ନାତି-ନାତୁଣୀ ଅଛନ୍ତି ।

ତାଙ୍କ ପରିବାରରେ ଯଦି କୌଣସି ସଦସ୍ୟ ବିବାହ କରନ୍ତି ତା’ହେଲେ ତାଙ୍କ ପାଇଁ ଗ୍ରାମରେ ଏକ ନୂଆ ଘର ତିଆରି କରାଯାଏ । ଘର ନିର୍ମାଣ କରିବା ପାଇଁ ତାଙ୍କୁ ବାହାରର ବ୍ୟକ୍ତିଙ୍କ ସାହାଯ୍ୟ ନେବାକୁ ପଡେନାହିଁ । କାରଣ ତାଙ୍କର ଅଧିକାଂଶ ନାତି ଓ ଅଣ ନାତି ଘର ନିର୍ମାଣ କାର୍ଯ୍ୟ କରନ୍ତି । ନ୍ୟାସନାଲ ରେଜିଷ୍ଟର ରେକର୍ଡର ଲାନା ଭେଟରୋଭାଙ୍କ କହିବା ଅନୁଯାୟୀ ଭାରତରେ ଗୋଟେ ପରିବାରରେ ୧୯୨ ଜଣ ସଦସ୍ୟ ଅଛନ୍ତି, ବର୍ତ୍ତମାନ ସେ ପରିବାର ନାମରେ ଗିନିସ ବୁକ୍ ଅଫ ଓ୍ଵାଲଡ ରେକର୍ଡ ରହିଛି । ସେମେନୟୁକଙ୍କ ପାଇଁ ଗିନିଜ୍ ବୁକ୍ ଅଫ ଓ୍ଵାର୍ଲଡ ରେକର୍ଡ ଭାଙ୍ଗିବା ପାଇଁ ଏହା ଏକ ଭଲ ସୁଯୋଗ ରହିଛି।