ବୈଜ୍ଞାନିକ ତିଆରି କଲେ ଏକ ଖାସ୍ ଡ୍ରୋନ୍ ! ବର୍ଷକୁ ଲଗାଇବ ୧୦୦ କୋଟି ଚାରା

33

ମଣିଷମାନେ ହିଁ ଏବେ ପର୍ଯ୍ୟନ୍ତ ଚାରା ଲଗାଉଥିଲେ, କିନ୍ତୁ ଏବେ ଡ୍ରୋନ୍ ଲଗାଇବ ଚାରା । ୟୁକେର ବାୟୋକାର୍ବନ ଇଞ୍ଜିନିୟରିଂ ନାମକ ଏକ କମ୍ପାନୀ ଏକ ଏମିତି ଡ୍ରୋନ ତିଆରି କରିଛି, ଯାହା ଚାରା ପାଇଁ ଉର୍ବର ଜମି ଠାବ କରିବା ସହ ଚାରା ରୋପଣ କରିବ । ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଡ୍ରୋନ ଏକ ବର୍ଷରେ ୧୦୦ କୋଟି ଚାରା ଲଗାଇବ ।

ଏହି ଡ୍ରୋନ୍ ପାହାଡ଼ ଉପରେ ଚାରା ଲଗାଇବା ପାଇଁ ମଧ୍ୟ ସକ୍ଷମ । ଏହି ଡ୍ରୋନ ପ୍ରଥମରୁ ହିଁ ଏକ ଲଗାରିଦମ ଆଧାରରେ କାମ କରିବ । ଉର୍ବର ଜମିକୁ ଚିହ୍ନି ବା ଚାରା ପାଇଁ ଅନୁକୂଳ ଜମିରେ ଏହି ଡ୍ରୋନ ଚାରା ଲଗାଇବ । ବୈଜ୍ଞାନିକ କହିଛନ୍ତିି ଏକକାଳୀନ ୧୫୦ଟି ମଞ୍ଜି ଥିବା ଜାରକୁ ଉଠାଇବା ସହ ଜମିରେ ଏକା ଚାରା ଲଗାଇବାର କ୍ଷମତା ରଖେ ଏହି ଡ୍ରୋନ ।

ଏହି ଡ୍ରୋନ ସାହାଯ୍ୟରେ ଉଚ୍ଚ ପାହାଡ଼ରେ ମଧ୍ୟ ଚାଷ କରାଯାଇପାରିବେ, ଯେଉଁଠି ଲୋକମାନେ ପହଞ୍ଚିବା କଷ୍ଟକର । ଏକ ରିପୋର୍ଟ ଅନୁସାରେ ପ୍ରତ୍ୟେକ ବର୍ଷ ୧୫ କୋଟି ଗଛ କଟାଯାଏ । ଏମିତିରେ ପରିବେଷ ସୁରକ୍ଷା ଓ ପୁଣି ଥରେ ଜଙ୍ଗଲ ସୃଷ୍ଟି ପାଇଁ ଏହି ଡ୍ରୋନ ବେଶ୍ ସହାୟକ ବୋଲି ଆଶା କରାଯାଉଛି ।

                                                      ସୌଜନ୍ୟ – ଅମରଉଜାଲା

ବିଲ୍ଡିଂର ଛାତ ଉପରେ ସଡ଼କ ! ଦୈନିକ ଚାଲୁଛି ହଜାର ହଜାର ଗାଡ଼ି, ସୋସିଆଲ୍ ମିଡିଆରେ ଭାଇରାଲ୍ ଫଟୋ