ହିଟରର ପାଖ ଛାଡୁନି ଏହି ବିଲେଇ : ଜାଣନ୍ତୁ ଏହାର କାରଣ

41

ଜାପାନର ରାଜଧାନୀ ଟୋକିଓରେ ଖୁବ୍ ବରଫପାତରେ ସ୍ଥିତି ବେହାଲ ହୋଇ ଉଠିଛି । ଖାଲି ମଣିଷ ନୁହେଁ , ପଶୁମାନେ ବି ଏହି ଥଣ୍ଡାରେ ପ୍ରଭାବିତ । ବୁଶାଓ ନାମକ ଏକ ବିଲେଇ ଥଣ୍ଡାରେ ପୁରା ସମସ୍ୟା ଘରରେ । ଏବେ ସୋସିଆଲ ମିଡିଆରେ ବୁଶାଓର ଫଟୋ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ଫଟୋରେ ବିଲେଇ ବୁଶାଓ ଏକ ହିଟର ସାମ୍ନାରେ ବସିବାର ନଜର ଆସିଛି । ବୁଶାଓର ମାଲିକ ରୟୁଜି ତନଙ୍କ ମୁତାବିକ୍ , ତାକୁ ନିଜର ହିଟରରେ ପାଖରେ ଶୋଇବାକୁ ବହୁତ ଭଲ ଲାଗେ । ସେ ଅଧିକାଂଶ ସମୟ ହିଟର ପାଖରେ ବିତେଇବାକୁ ଚାହେଁ । ଜାପାନରେ ଏବେ ବହୁତ ଥଣ୍ଡା । ଯଦ୍ୱାରା ଏହି ବିଲେଇ ଏଥିରେ ମଧ୍ୟ ପ୍ରଭାବିତ ।

ବିଲେଇଟି ଚାହୁଁଛି ତାକୁ ଥଣ୍ଡାର ପ୍ରଭାବ ବେଶୀ ନହେଉ । ରୟୁଜିକୁ ବୁଶାଓ ଆଇବ୍ରାକିର ସଡକରୁ ପାଇଥିଲେ । ମୂଳ ରୂପରେ ବୁଶାଓ ପ୍ରଥମେ ଏକ ବୁଲା ପଶୁ ଥିଲା । ଏଣେତେଣେ ବୁଲୁଥିଲା । ରୟୁଜି ଅନୁସାରେ , ବୁଶାଓର ବୟସ ପାଖାପାଖି ୯ବର୍ଷ ହେବ । ସେ ନିୟମିତ ରୂପରେ ଇନଷ୍ଟାଗ୍ରାମ ଓ ଫେସବୁକ୍ ରେ ନିଜର ପ୍ରିୟ ବିଲେଇର ଫଟୋ ପୋଷ୍ଟ କରୁଛନ୍ତି । କେବଳ ଜାପାନରେ ନୁହେଁ ସାରା ଦୁନିଆରେ ବୁଶାଓର ବହୁର ପ୍ରଶଂସା ।

( ସୌଜନ୍ୟ- ଅମରଉଜାଲା)