ସାବାସ୍ ଗୋବିନ୍ଦା ! ମୃତ୍ୟୁକୁ ଭୟ ନକରି ବାଘ ସହ ଲଢି ନିଜ ଜୀବନ ବଞ୍ଚାଇଲେ ଯୁବକ ।

29

ଇନ୍ଦୋର ନିକଟସ୍ଥ କଳାପିପଲ୍‌ ତହସିଲର ମୁଖ୍ୟ କାର୍ୟ୍ୟାଳୟରୁ ୧୮ କିଲୋମିଟର ଦୂରରେ ଅବସ୍ଥିତ ବମୁଲିଆ ଗ୍ରାମରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ୟ୍ୟକର ଘଟଣା । ଜଣେ ଯୁବକ ଏବଂ ଏକ ଚିତାବାଘ ମଧ୍ୟରେ ଲଢ଼େଇ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଲଢ଼େଇ ପ୍ରାୟ ୫ ମିନିଟ ପର୍ୟ୍ୟନ୍ତ ଚାଲିଥିଲା। ଏହି ଲଢ଼େଇରେ ବାଘ ସହ ଯୁବକ ପାଖ ନାଳରେ ଗଳି ପଡ଼ିବା ସହ ଉଭୟ ଆହତ ହୋଇଥିବା ଜଣାପଡ଼ିଛି । ତେବେ ଏହାପରେ ଘଟଣାସ୍ଥଳରୁ ଚିତାବାଘଟି ଖସି ପଳାଇବା ଜଣାପଡ଼ିଛି।

ସୁଚନା ଅନୁଯାୟୀ, ବମୁଲିଆ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ୨୦ ବର୍ଷିୟ ଗୋବିନ୍ଦାଙ୍କ ଉପରେ ହଠାତ୍‌ ଏକ ଚିତାବାଘ ଆକ୍ରମଣ କରିଥିଲା । ଏହାଦ୍ୱାରା ତାଙ୍କ ଛାତି ,ବେକ, ପିଠି ଏବଂ ଅଣ୍ଟାରେ ଆଘାତ ହୋଇଥିଲା । ଗୋବିନ୍ଦା ଡରି ନ ଯାଇ ତୁରନ୍ତ ଚିତାବାଘକୁ ଦୁଇ ହାତରେ ଜାବୁଡ଼ି ଧରିଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରାୟ ୫ ମିନିଟ୍‌ ପର୍ୟ୍ୟନ୍ତ ଳଢ଼େଇ ହେବାପରେ ଦୁଇ ଜଣ ପାଖ ନାଳରେ ଯାଇ ପଡ଼ିଥିଲେ । ଏହାପରେ ଘଟଣାସ୍ଥଳରୁ ଚିତାବାଘଟି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲା ।

ଗୋବିନ୍ଦା କହନ୍ତି, ମୁଁ ଜାଣିଥିଲି କି ଚିତାବାଘ ମୋ ଜୀବନ ନେଇଯିବ । ଏଣୁ ମୁଁ ଦମ୍‌ ଲଗାଇ ତା ସହ ଲଢ଼େଇ କଲି। ଯାହା ଫଳରେ ଚିତାବାଘ ଘଟଣାସ୍ଥଳରୁ ପଳାଇଥିଲା । ଗୋବିନ୍ଦା ଆହତବସ୍ଥାରେ ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା ।