ବୈଜ୍ଞାନିକ ତଥା ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ(ସିଏସଆଇଆର) ଦ୍ୱାରା ବିକସିତ ଆୟୁର୍ବେଦିକ ଔଷଧ ବିଜିଆର-୩୪ ଡାଇବେଟିସ ରୋଗୀଙ୍କ ଠାରେ ହୃତଘାତର ବିପଦକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କମ କରିଦିଏ । ଏହି ଔଷଧର ପାଖାପାଖି ୫୦ ପ୍ରତିଶତ ସେବନକର୍ତ୍ତାଙ୍କ ଠାରେ ଗ୍ଲାଇକୋସିଲେଟେଡ ହିମୋଗ୍ଲୋବିନର ସ୍ତର ନିୟନ୍ତ୍ରିତ ଥିବା ମିଳିଲା । ଏକ ଅନୁସନ୍ଧାନରୁ ଜଣା ପଡିଛି ଯେ, ବିଜିଆର-୩୪ ଡାଇବେଟିସ ରୋଗୀଙ୍କ ପାଇଁ ରାମବାଣ ଔଷଧ ରୂପେ ଆଗରୁ ହିଁ ସାବ୍ୟସ୍ତ ହୋଇଛି । ଏଲୋପାଥି ଔଷଧ ଶର୍କରାର ସ୍ତରକୁ କମ କରିଦିଏ, କିନ୍ତୁ ଏଥି ସହିତ ଜଡିତ ଅନ୍ୟ ଅସୁବିଧାକୁ ଠିକ କରି ପାରେନି । ବିଜିଆରରେ ଏହି ଅସୁବିଧାକୁ ଦୂର କରିବାର ଗୁଣ ଦେଖିବାକୁ ମିଳିଛି । ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଦିଶା-ନିର୍ଦ୍ଦେଶର ଅଧିନରେ ଗୋଟିଏ ହସପିଟାଲରେ ୬୪ ଜଣ ରୋଗୀଙ୍କ ଉପରେ ଚାରି ମାସ ପର୍ଯ୍ୟନ୍ତ ଏହି ଔଷଧର ପରୀକ୍ଷଣ କରାଯାଇଛି । ଏଥିରୁ ଦୁଇଟି ଫଳାଫଳ ବହାରିଲା ।

ଡାଇବେଟିସ ଶରୀରରେ ଗୋଡ ଠାରୁ ଆରମ୍ଭ କରି ମୁଣ୍ଡ ପର୍ଯ୍ୟନ୍ତ ସମସ୍ତ ଅଙ୍ଗକୁ ପ୍ରଭାବିତ କରେ । ଏହା ରକ୍ତ ସଂଚାରକୁ ପ୍ରଭାବିତ କରେ । ଏହା କହିବା ଭୁଲ ହେବ ନାହିଁ ଯେ ଡାଇବେଟିସ ଓ ହୃଦରୋଗ ପରସ୍ପର ସହିତ ଜଡିତ ଅଛନ୍ତି । ହିମୋଗ୍ଲାବିନ ଲାଲ ରକ୍ତ କଣିକା ଭିତରେ ହୁଏ । ଏହାର କାମ ଅମ୍ଲଜାନର ସଂଚାର କରିବା । କିନ୍ତୁ ଏବେ ହିମୋଗ୍ଲୋବିନରେ ଶର୍କରାର ମାତ୍ରା ମିଶିଗଲେ ହିମୋଗ୍ଲାବିନର କାର୍ଯ୍ୟ ବାଧାପ୍ରାପ୍ତ ହୋଇଯାଏ । ଏହାକୁ ହିଁ ଗ୍ଲାଇକୋସିଲିଟେଡ ହିମୋଗ୍ଲୋବିନ କୁହନ୍ତି । ଏହାର ପ୍ରଭାବ କିଛି ମାସ ପର୍ଯ୍ୟନ୍ତ ରହେ । କିନ୍ତୁ ବିଜିଆର-୩୪ ଦ୍ୱାରା ଏହାର ସ୍ତର ନିୟନ୍ତ୍ରିତ ହେଉଛି ।