ଭାଇରାଲ ହେଲା ଅଟୋ ଡ୍ରାଇଭରଙ୍କ କାହାଣୀ : ଗର୍ଭବତୀ ମହିଳା, ଦିବ୍ୟାଙ୍ଗ, ସୈନିକଙ୍କୁ ମାଗଣାରେ ଯାତ୍ରା କରାଇ ଉଦାହରଣ ସାଜିଲେ ମୁନେସା

44

ଅଧିକାଂଶ ସମୟେରେ ଲୋକେ ଅଟୋ ଡ୍ରାଇଭର ଯାତ୍ରୀଙ୍କ ସହ ଖରାପ ବ୍ୟବହାର ହେଉଥିବା ଶୁଣିଥିବେ । ଏବଂ ତାଙ୍କୁ ନେଇ ଏକ ଦୃଷ୍ଟିକୋଣ ବି ବନିଯାଇଛି ଯେ, ସେମାନେ ଅଶିକ୍ଷିତ ଥାନ୍ତି ଏବଂ ବ୍ୟବହାରରେ ଅସଭ୍ୟ ଥାନ୍ତି । କିଛି ଲୋକଙ୍କ ଅଟୋ ଡ୍ରାଇଭର ସହିତ କିଛି ଖରାପ ଅନୁଭୂତି ଥବାରୁ ଏମିତି ଭାବିବାକୁ ବାଧ୍ୟ କରାଏ । କିନ୍ତୁ କିଛି ଲୋକଙ୍କ ଏମିତି ଭଲ ଅନୁଭୂତି ବି ଥାଏ, ଯାହାକୁ ଜୀବନ ସାରା ଭୁଲିପାରିବେନି । ନିକଟରେ ଟ୍ୱିଟରରେ ଏକ ଅଟୋ ଡ୍ରାଇଭରଙ୍କ କାହାଣୀ ସମସ୍ତଙ୍କ ପାଇଁ ପ୍ରେରଣା ହୋଇପାରିବ । ଅଟୋ ଡ୍ରାଇଭରଙ୍କ ଏହି କାହାଣୀ ଭାଇରାଲ ହେବାରେ ଲାଗିଛି ।

କର୍ଣ୍ଣାଟକରେ ରହୁଥିବା ଅଟୋ ଡ୍ରାଇଭର ମୁନେସା ମନଗୁଲୀ ଜଣେ ବିଏ ଗ୍ରାଜୁଏଟ୍। ମାତ୍ର ତାଙ୍କୁ ଇଚ୍ଛା ଥିବା ଚାକିରୀ ନମିଳିବାରୁ ସେ ଏପରି ଅଟୋ ଚଳାଇବା ନିଷ୍ପତ୍ତି ନେଇଥିଲେ। ୪୨ ବର୍ଷୀୟ ଏହି ଚାଳକ ସେହି ଯାତ୍ରୀଙ୍କ ଠାରୁ ଟଙ୍କା ନିଅନ୍ତିନି ଯେଉଁମାନେ ଗର୍ଭବତୀ ବା ଯାହାଙ୍କ ପ୍ରସବ ହୋଇସାରିଥିବ । ଏହା ସହିତ ସେ ଦିବ୍ୟାଙ୍ଗ ଏବଂ ସେନାର ଜବାନଙ୍କ ଠାରୁ ମଧ୍ୟ ଭଡା ନିଅନ୍ତିନି । ପୂର୍ବରୁ ମଧ୍ୟ ଏମିତି ଘଟଣା ହୋଇଛି, ଅଟୋ ଡ୍ରାଇଭର ନିଜର ସାଧୁତା ଏବଂ ମଣିଷତ୍ୱ ଦ୍ୱାରା ହୃଦୟ ଜିତିଛନ୍ତି । ମୁନେସୀ ମନଗୁଲୀ ଭଳି ଏମିତି କିଛି ଲୋକ ଅଛନ୍ତି ଯାହାକି ନିଜ ଶୈଳୀରେ ଏହି ଦୁନିଆକୁ ଭଲ ଜୀବନ ବଂଚିବାରେ ନିଜର ଯୋଗଦାନ ଦେଉଛନ୍ତି ।