ଏଣିକି ସହରର ସାର୍ବଜନିକ ଶୈାଚାଳୟକୁ ଖୋଜିବା ପାଇଁ ଆପଣଙ୍କୁ ହଇରାଣ ହେବାକୁ ପଡିବନି : ମୋବାଇଲ ଆପ୍ ଦେଖାଇବ ଶୈାଚାଳୟର ରାସ୍ତା

26

କୈାଣସି କାମରେ ଘରୁ ବାହାରକୁ ଯାଉଛନ୍ତି, ତେବେ ସମସ୍ତଙ୍କୁ ମଝିରେ ମଝିରେ ଶୈାଚାଳୟର ଆବଶ୍ୟକତା ପଡେ । ଏମିତିରେ ଲଘୁଶଂକା ପାଇଁ ଶୈାଚାଳୟ ନମିଳିଲେ ଆହୁରି ଅସୁବିଧା ହୋଇଯାଏ । ଗୋଟିଏ ପଟେ ବ୍ଲାଡର ଉପରେ ଚାପ ପଡୁଥିବା ବେଳେ ଅନ୍ୟ ପଟେ ସ୍ୱଚ୍ଛତାର ଦାୟିତ୍ୱ । ଏମିତିରେ ଲାଗେ କାଳେ କୈାଣସି ମୋବାଇଲ ଆପ ଥାନ୍ତା, ଯାହା ଶୈାଚାଳୟର ଠିକଣା ଜଣାଇବ ।

ଆପଣଙ୍କ ଏହି ସମସ୍ୟାକୁ ଦେଶର ଗୋଟିଏ ସହର ଠିକରେ ବୁଝିଛି ଏବଂ ଏହି ସହରରେ ସ୍ଥିତ ପବ୍ଲିକ ଟଏଲେଟ ଅର୍ଥାତ୍ ସାର୍ବଜନିକ ଶୈାଚାଳୟକୁ ଖୋଜିବା ପାଇଁ ଆପଣଙ୍କୁ ହଇରାଣ ହେବାକୁ ପଡିବନି । ଲୋକଙ୍କ ସମସ୍ୟାକୁ ଦେଖି ଛତିଶଗଡରେ ରାଜନାଂଦଗାଁ ନଗର ନିଗମ ବିଶେଷ ଭାବରେ ଏକ ଟଏଲେଟ୍ ଲୋକେଟର ଆପ ପ୍ରସ୍ତୁତ କରିଛନ୍ତି । ଏହି ଆପରେ ସହରର ସମସ୍ତ ଟଏଲେଟକୁ ଅପଡେଟ୍ କରାଯାଇଛି । ଗୁଗଲ ମ୍ୟାପରେ ଟଏଲେଟ୍ ଲୋକେଟର ସର୍ଚ୍ଚ କରୁ କରୁ ସହରର ସମସ୍ତ ଟଏଲେଟ୍ ର ଲୋକସେନ ଜଣାପଡିଯାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁତ୍ରପାତ ସ୍ୱଚ୍ଛ ଭାରତ ଅଭିଯାନ ମିଶନ ଅଧିନରେ ନିଗମ ଏହି ଆପ୍ ପ୍ରସ୍ତୁତ କରିଛନ୍ତି । ସ୍ୱଚ୍ଛତା ସର୍ବେକ୍ଷଣ ସୂଚୀରେ ସହରକୁ ଭଲ ସ୍ଥାନ ମିଳିପାରୁ ବୋଲି ।

ନିଗମର ଏହି ଲୋକେଟର ଆପ୍ ରେ ହସପିଟାଲ, ଅଫିସ, ମଲ୍, ସୁଲଭ ଶୈାଚାଳୟ, ମଡ୍ୟୁଲାର ଟଏଲେଟ ର ସମସ୍ତ ତଥ୍ୟ ଦେବ । ନିଗମ ସହରର ସାର୍ବଜନିକ ଶୈାଚାଳୟ ଉପରେ ବିଶେଷ ଧ୍ୟାନ ରଖିବା ପାଇଁ ଫିଡବ୍ୟାକ ମେସିନ୍ ରେ ଲଗାଯାଇଛି । ୟୁଜର୍ସ ଶୈାଚାଳୟର ବ୍ୟବହାର କରିବା ପରେ ନିଜର ଫିଡବ୍ୟାକ ବି ଦେଇପାରିବେ । ଏହା ଦ୍ୱାରା ସହରର ପବ୍ଲିକ ଟଏଲେଟ୍ କୁ ସହଜରେ ଜାଣିପାରିବେ ।