ନିଆରା ପ୍ରତିବାଦକୁ ବିଶ୍ୱବ୍ୟାପୀ ପ୍ରଶଂସା : ଲାଇଭ୍ ଟିଭିରେ ଛୋଟ ଝିଅକୁ କୋଳରେ ବସାଇ ଦୁଷ୍କର୍ମକୁ ନିନ୍ଦା କଲେ ପାକିସ୍ତାନୀ ଉପସ୍ଥାପିକା

40

ଇସଲାମାବାଦ : ପାକିସ୍ତାନର  ପଂଜାବ ପ୍ରାନ୍ତରେ ବୁଧବାର ଦିନ ଘଟିଛି ଏକ ଅମାନୁଷିକ ଘଟଣା ।  ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ପରେ  ହତ୍ୟା କରିବା ନେଇ ଖବର ଏବେ ଚର୍ଚ୍ଚା ପାଲଟିଛି । ଏହି ମାମଲାକୁ ନେଇ  ଏହା ବିରୋଧରେ ଅନେକ ହିଂସାତ୍ମକ ପ୍ରଦର୍ଶନ କରାଯାଉଛି ।  ବିଶ୍ୱସ୍ତରରେ ଖୁବ୍ ଶୀଘ୍ର ଏକ  ସମ୍ବେଦନଶୀଳ ଘଟଣା ପାଲଟିଯାଇଛି । ପାକିସ୍ତାନର ଜଣେ ନ୍ୟୁଜ୍ ଚ୍ୟାନେଲର ଉପସ୍ଥାପିକା ଏହି ହୃଦୟଥରା ଘଟଣାକୁ ଏକ ଭିନ୍ନ ଅନ୍ଦାଜରେ  ବିରୋଧ କରିଛନ୍ତି । ସମା ଚ୍ୟାନେଲର  ଏହି ଉପସ୍ଥାପିକା ଜଣକ  ଏହି ଘଟଣାର ବିରୋଧରେ  ନିଜର କୁନି ଝିଅକୁ ନେଇ ଷ୍ଟୁଡିଓରେ ପ୍ରବେଶ କରିଥିଲେ ।  ଏବଂ ହତ୍ୟା କରାଯାଇଥିବା  ନାବାଳିକାର ଖବର ପଢିବା ବେଳେ ତାଙ୍କ ଝିଅ ବି ସାଥିରେ ବସିଥିବାର ନଜର ଆସିଥିଲା ।

କିରଣ ନାଜ ନାମକ ଏହି ଉପସ୍ଥାପିକା ନିଜର ଝିଅକୁ କୋଳରେ ବସାଇ  ଏହି ଖବର ପଢୁଥିଲେ । ଏବଂ ଏହା ଖୁବ୍ ଭାବୁକ ନଜରରେ ନ୍ୟୁଜ ପଢୁଥିବା ସହ ଏହି ଘଟଣାକୁ ଭାବାବେଗ ଢଙ୍ଗରେ ଉପସ୍ଥାପନା କରୁଥିଲେ । ନିଜ ପ୍ରୋଗ୍ରାମର ଆରମ୍ଭରେ  କିରଣ କହିଥିଲେ ,  ‘ ଆଜି ମୁଁ କିରଣ ନାଜ ନୁହେଁ , ଜଣେ ମା ଭାବେ ଏଠି ବସିଛି । ।’ ଏହା ସହ  କିରଣ ଏହି ଭିଡିଓ ଜରିଆରେ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ ।  ଏବଂ କହିଥିଲେ ଆଜି କୌଣସି ସରଳ ଶିଶୁର ସ୍ୱର ନୁହେଁ ପୁରା ମଣିଷପଣିଆର ସ୍ୱର ଉଠିଛି ।

ସୂଚନା ଅନୁସାରେ ସେହି ପିଲାଟି  ଗତ ଗୁରୁବାର ଦିନ ରୋଡ କୋଟ ଅଂଚଳରେ ନିଜ ଘର ପାଖରେ ଟ୍ୟୁସନକୁ ଯାଇଥିଲେ । ତାଙ୍କର ଅପହରଣ କରିନିଆଯାଇଥିଲା । ଏହାପରେ  ସଂପୃକ୍ତ ପରିବାର ଲୋକଙ୍କୁ ଏକ ଭିଡିଓ ମିଳିଲା ।  ଯେଉଁଥିରେ ନାବାଳିକାଟି କୌଣସି ଅଜଣା ବ୍ୟକ୍ତି ସହ ପିରୋବାଲା ରୋଡରେ ନଜର ଆସିଥିଲେ ।  ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ସାଜିଛି । ମଙ୍ଗଳବାର ଦିନ  ନାବାଳିକାଙ୍କୁ ଖୋଜିବାରେ ନିଯୁକ୍ତ  ଏକ ପୁଲିସ୍  କନେଷ୍ଟବଳଙ୍କୁ ଏକ ପାଇଲ୍ ଭିତରୁ ପିଲାର ଶବ ମିଳିଲା ।  ପୁଲିସ୍ କହିଥିଲେ କି ଏହି ପିଲାର ୪-୫ ଦିନ ପୂର୍ବରୁ ହତ୍ୟା କରିଦିଆଯାଇଛି । ପଂଜାବର ମୁଖ୍ୟମନ୍ତ୍ରୀ ଶହବାଜ ଶରିଫ  ଅପରାଧିମାନଙ୍କୁ ତୁରନ୍ତ ଗିରଫର ଆଦେଶ ଦେଇଛନ୍ତି । ଏବଂ ଏହାସହ କହିଛନ୍ତି  ସେ ନିଜେ ବ୍ୟକ୍ତିଗତ ଭାବେ ମାମଲାକୁ ତଦାରଖ କରିବେ ।

(ସୌଜନ୍ୟ-ନବଭାରତ ଟାଇମ୍ସ)